୧୦୩ ଗୋଟି ଜନ ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ ।

0 233

ମାଲକାନଗିରି, ୧୧/୦୮(ପିପିଟି):ଆଜି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ କାର୍ଯ୍ୟାଳୟ ଠାରେ ୧୦୩ ଗୋଟି ଜନ ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ । ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।ଆଜି ମୋଟ ୧୦୩ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା ବେଳେ ସେଥି ମଧ୍ୟରୁ ୫୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା ଏବଂ ୪୫ ଗୋଟି ସାମୂହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୧୦ ଗୋଟି ଭତ୍ତା ସମ୍ବନ୍ଧୀୟ ଅଭିଯୋଗର ସାଙ୍ଗେ ସାଙ୍ଗେ ସମାଧାନ କରାଯାଇଥିଲା। ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ଆବାସ ସମସ୍ୟା ଓ ରାସନ୍ କାର୍ଡ ସମସ୍ୟା ଆଦି ପ୍ରମୁଖ ରହିଥିଲା। ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ୍, ବନଖଣ୍ଡ ଅଧିକାରୀ ସାଇ କିରଣ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ଖଇରପୁଟ ବିଡିଓ ଉମା ଶଙ୍କର କୋୟା, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶୁଣାଣିରେ ରାସନ୍ କାର୍ଡ, ପେନସନ୍ ଓ ଆବାସ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.