ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ; ବୃକ୍ଷକୁ ରାକ୍ଷୀ ବାନ୍ଧିଲେ ଛାତ୍ର ଛାତ୍ରୀ ।

0 228

ବେଲଗୁଣ୍ଠା, ୦୯/୦୮(ପିପିଟି):ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା ସଂଯୋଜନା କରିବ ସହିତ ଉପସ୍ଥିତ ଶିଶୁ ଭାଇ ,ଭଉଣୀ ତଥା ସଭାସଦ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ବିଶ୍ଵ ଗୋଟିଏ ପରିବାର ଓ ସମସ୍ତେ ପରସ୍ପରଙ୍କୁ ସୁରକ୍ଷା ଦେବା ମହାନ୍ କର୍ତ୍ତବ୍ୟ ବୋଲି ଦର୍ଶାଇ ଥିଲେ। ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏକ ନିଆରା ଢ଼ଙ୍ଗରେ ରକ୍ଷା ବନ୍ଧନ ପାଳନ କରିଥିଲେ I ବୃକ୍ଷକୁ ଜୀବଜଗତର ମୁଖ୍ୟ ସୁରକ୍ଷା ଦାତା ଭାବେ ଛାତ୍ରଛାତ୍ରୀ ବୃକ୍ଷକୁ ରାକ୍ଷୀ ବାନ୍ଧିଥିଲେ I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମା ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.