ଅଭିଶପ୍ତ ପାଲଟିଛି କ୍ରୋମ ସାଗର,ବେଆଇନି ଗଛ କାଟିବା ସହ ପରିବେଶ ନିୟମକୁ ଉଲ୍ଲଂଘନ।

0 220

ଯାଜପୁର,୦୯/୦୮(ପିପିଟି): ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲି ଅନ୍ତର୍ଗତ ଦୁଧୁଯୋରୀ ଗ୍ରାମ ପଞ୍ଚାୟତ କଞ୍ଚିଚୁଆ ଏବଂ ହରିଡ଼ାବାହାଳୀ ମୌଜା ର ୭. ୬ ଏକର ଜମି ରେ ୨୦୧୮ ମସିହାରେ ମନଲିଥିକ ନାମରେ ସ୍ଥାପିତ ହୋଇଥିବା ୱାସିଂଙ୍ଗ ପ୍ଲାଣ୍ଟକୁ ନେଇ ଏବେ ଚିନ୍ତା ଅଞ୍ଚଳ ବାସୀ । ପରିବେଶ ନିୟନ୍ତ୍ରଣ ବୋର୍ଡର ଧର୍ଯ୍ୟ ଉଡେଇ ନିଜର ଶିଳ୍ପ କାର୍ଯ୍ୟ କରୁଥିବା ଏହି ଶିଳ୍ପ ସଂସ୍ଥା ପାଇଁ ଏବେ ସ୍ଥାନୀୟ ଅଞ୍ଚଳ ଚାଷୀ ମାନେ ଅନେକ ଚିନ୍ତା ରେ ରହିଥିବା ବେଳେ ଏହାକୁ ନେଇ ପ୍ରତିବାଦ ଆରମ୍ଭ କରିବା ନଜରକୁ ଆସିଲାଣି । ଖବର ମୁତାବକ ଏହି ଶିଳ୍ପ ସଂସ୍ଥାଟି ନିଜ ପ୍ଲାଣ୍ଟରେ କ୍ରୋମାଇଟିକୁ ୱାସିଂଙ୍ଗ କରିବା ପରେ ସେଥିରୁ ବାହାରୁଥିବା ବିଷାକ୍ତ ଜଳକୁ ସିଧା ସଳଖ ଚାଷୀଙ୍କ ଜମିକୁ ଛାଡିବେବୋ ଫଳରେ ଚାଷୀ ମାନେ ଅନେକ କ୍ଷତି ଗ୍ରସ୍ତ ହୋଇ ପଡିବ ସହ ଚାଷ ଉଜୁଡି ଯାଉଛି । ଏହି ଶିଳ୍ପର ବିଷାକ୍ତ ୱାସିଂଙ୍ଗ ଜଳ ଚାଷୀଙ୍କ ଜମିକୁ ସିଧା ସଳଖ ପ୍ରବାହିତ ହୋଉଥିବା ଦେଖିବାକୁ ମିଳୁଥିବା ବେଳେ ପରିବେଶ ନିୟନ୍ତ୍ରଣ ଅଧିକାରୀ ଏ ସବୁ ଦେଖି ଆଖି ବୁଜି ଶୀତ ତାପ ନିୟନ୍ତ୍ର ଯନ୍ତ୍ର ତଳେଇ ନିଘାଟ ନିଦ ରେ ଶୋଇପଡିଛନ୍ତି । ଖାଲି ସେତିକି ନୁହେଁ ଏହି ବିଷାକ୍ତ ଜଳ ପାଇଁ ସ୍ଥାନୀୟ ପଞ୍ଚାୟତର କଞ୍ଚିଚୁଆ ହରିଡ଼ାବାହାଳୀ,ପୁବଳ ଦଳକୀ, ମୁଣ୍ଡାକୁଳ ଅଞ୍ଚଳରେ ଅନେକ ଶିଶୁ ଏବଂ ମହିଳା ଏବଂ ଯୁବକ ବୟସ୍କ ବ୍ୟକ୍ତି ଚର୍ମ ରୋଗ,କୀଡୀନି ରୋଗ,ହଇଜା, ଟିଭି ଭଳି ନାନାଦି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳିଛି । ସେହିଭଳି ଉକ୍ତ ଶିଳ୍ପ ୨୦୨୪ ମସିହାରେ ନିଜର ଜନ ଶୁଣାଣି କରି ଶିଳ୍ପ ସଂସ୍ଥାର ବୃଦ୍ଧି କରିବାକୁ ଅନୁମତି ସର୍ତ୍ତମୂଳକ ଭାବରେ ପାଇଥିବା ବେଳେ ଏହି ମୌଜା ଅଞ୍ଚଳରେ ଥିବା ଏକର ଏକର ଶାଳ ଜଙ୍ଗଲ ଜମିରୁ ଶାଳ ଗଛକୁ ବେଆଇନି ଭାବରେ ନଷ୍ଟ କରିଥିବା ବେଳେ ଏଥିପ୍ରତି ସୁକିନ୍ଦା ବନ ବିଭାଗ କିମ୍ବା କଟକ ଡିଏଫଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ରୁ ଶିଳ୍ପ ସଂସ୍ଥା କ୍ରୋମାଇଟି ୱାସିଂଙ୍ଗ ପରେ ସେଥିରୁ ବାହାରୁଥିବା ବିଷାକ୍ତ ମାଟିକୁ ଜଙ୍ଗଲ ମଧ୍ୟରେ ପର୍ବତ ଆକାର ରେ ଗଦା କରି ଖୋଲା ମେଲା ଛାଡି ଦେଇଛି ଯାହା ଦ୍ଵାରା ବର୍ଷା ହେଲେ ଉକ୍ତ ବିଷାକ୍ତ ମାଟି ମାଟି ଗୁଡିକ ଉପରେ ପାଣି ପଡି ଏହା ଜଙ୍ଗଲକୁ ମାଡ଼ି ଜିବାରୁ ଜଙ୍ଗଲ ନଷ୍ଟ ହେବା ସହ ପଡୋଶୀ ଜିଲ୍ଲା ଢେଙ୍କାନାଳ ଅଞ୍ଚଳର ଭୁବନ ତହସିଲ ଅନ୍ତର୍ଗତ ବାଲିବ ପଞ୍ଚାୟତ ବାସୀଙ୍କ ଅନେକ ଚାଷ ଜମି ପୋତି ହୋଇ ଯାଉଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଏହି ଘରେଇ ଶିଳ୍ପ ସଂସ୍ଥାକୁ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଢେଙ୍କାନାଳ ଜିଲ୍ଲା ବାଲିବ ପୂର୍ତ୍ତବିଭାଗ ରାସ୍ତା ନିକଟରୁ ସୁକିନ୍ଦା ବନ ବିଭାଗ ଜଙ୍ଗଲକୁ କାଟି ବାଲିବ ପଞ୍ଚାୟତ ପକ୍ଷରୁ ସୁକିନ୍ଦା ଜଙ୍ଗଲ ଜମିରେ ମନରେଗା ମାଧ୍ୟମରେ ରାସ୍ତା ନିର୍ମାଣ କରା ଯାଇଥିବା ଅଭିଯୋଗ ହୋଇଛି । ତେବେ ସର୍ବଦା ଚୋରା କ୍ରୋମାଇଟି ଲୁଟକୁ ନେଇ ବିବାଦ ରେ ଥିବା ଏହି ଶିଳ୍ପ ପରିବେଶକୁ ସପୂର୍ଣ୍ଣ ନଷ୍ଟ କରିବା ସହ ସରକାରଙ୍କ ଆଇନୀ କାନୁନକୁ ଦଳି ମକଚି ଦେଇଛି । ମାତ୍ର ପ୍ରଶାସନିକ ଅଧିକାରୀ ମାନେ ଶିଳ୍ପ ସଂସ୍ଥା ଠାରୁ ଆନୁସଙ୍ଗିକ ବ୍ୟବସ୍ଥାରେ ନୀରବ ଦ୍ରଷ୍ଟା ସାଜି ସ୍ଥାନୀୟ ସାଧାରଣ ଆଦିବାସୀ ମଳି ମୁଣ୍ଡିଆଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ଏହା ଉପରେ ତଦନ୍ତ କରି ଶୀଘ୍ର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନ କରା ଗଲେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ କରା ଜିବ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।

Leave A Reply

Your email address will not be published.