ଭଞ୍ଜନଗର, ୦୭/୦୮(ପିପିଟି) : ଦୁନିଆରେ ସବୁ ସମ୍ପର୍କ ଠାରୁ ବନ୍ଧୁତ୍ୱ ସମ୍ପର୍କ ସମ୍ପୁର୍ଣ୍ଣ ନିଆରା।ତେଣୁ ଆମକୁ ପ୍ରେରଣା ଯୋଗାଇ ଆସିଛି ପ୍ରଭୁ ଶ୍ରୀକୃଷ୍ଣ ଓ ସଖା ସୁଦାମାଙ୍କ ଅନାବିଳ ସମ୍ପର୍କ,ଯାହାକି ମାନବ ସମାଜ ପାଇଁ ଆଜି ଏକ ବିରଳ ଉଦାହରଣ ସୃଷ୍ଟି କରିଛି। ଛୁଆ ବେଳୁ ପ୍ରତ୍ୟେକ ମୁହୂର୍ତ୍ତରେ ଯିଏ ନିଃସ୍ୱାର୍ଥପର ଭାବେ ଅନ୍ୟ ପ୍ରତି ସମର୍ପିତ ହୋଇ ସବୁ ସମୟରେ ସାଥ ଦେଇ ଆସେ, ସେ ହେଉଛି ପ୍ରକୃତ ବନ୍ଧୁ। ସେହି ଭଳି ଏକ ବନ୍ଧୁତ୍ୱର ପରିଭାଷା ଦେଖିବାକୁ ମିଳିଛି ଭଞ୍ଜନଗର ଠାରେ। ରୋଟାରୀ କ୍ଳବ ତରଫରୁ ସମସ୍ତଙ୍କୁ ବନ୍ଧୁତା ସୂତ୍ରରେ ବାନ୍ଧିବା ପାଇଁ ସଦସ୍ୟ ଦିବ୍ୟରଞ୍ଜନ ଦାସ ଙ୍କ ପୌରାହିତ୍ୟରେ ୩ଟି ସ୍ବେଛାସେବୀ ସଙ୍ଗଠନ ରୋଟାରି କ୍ଳବ, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ, ବିପଦର ବନ୍ଧୁ ଏକାଠି ହୋଇ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ଠାରେ ବ୍ୟାଡ଼ମୀଣ୍ଟନ ଖେଳକୁ ନେଇ ମନର ଭାବ ଆଦାନପ୍ରଦାନ କରି ଆନନ୍ଦଉଲ୍ଲାସ ରେ ବନ୍ଧୁତ୍ୱ ଦିବସ ପାଳନ କରିଛନ୍ତି। ରୋଟାରି କ୍ଳବ ସଭାପତି ରଞ୍ଜିତ କୁମାର ବାରିକ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଲଟ୍ରାଟେକ ସିମେଣ୍ଟ ର ଜିଲ୍ଲା ପରିଚାଳକ ସୁଶ୍ରୀ ଆୟେଶୋ ରୀୟ,ସେଣ୍ଟ ଜାଭିଅର ଉଚ୍ଚ ବିଦ୍ୟାଳୟର ଅଧକ୍ଷା ସୁନନ୍ଦିନୀ ସାହୁ,ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଇଣ୍ଡୋର ଷ୍ଟାଡିୟମ ଖେଳ ପ୍ରଶିକ୍ଷକ ବିଶ୍ଵମୋହନ ଅଚାରୀ,ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ର ସନ୍ତୋଷ ଦଳବେହେରା, ବିପଦର ବନ୍ଧୁ ଅନୁଷ୍ଠାନ ର ସଭାପତି ବାଦଲ ତ୍ରିପାଠୀ ମଞ୍ଚାସୀନ ଥିଲେ। ରୋଟାରି କ୍ଳବ ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ବିପଦରେ ବନ୍ଧୁ ଅନୁଷ୍ଠାନ ର ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ. ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଶୁଭ୍ରାଂଶୁ ତ୍ରିପାଠୀ, ଭୁବନେଶ୍ୱର କ୍ଳବ ସଭାପତି ଅକ୍ଷୟ ପ୍ରଧାନ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ପ୍ରଧାନ କରିବା ସହ କେକ ପ୍ରଦାନ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)