ଚୋରା ଚାଲାଣ ସାର ଗାଡ଼ିକୁ ଜବତ କରି ଧରିଲା ପୁଲିସ ।

0 208

ଦେଓଗାଁ,୦୬/୦୮ : ଦେଓଗାଁ ଅଞ୍ଚଳରେ ସାର ଚୋରା କାରବାର ବୃଦ୍ଧି ପାଉ ଥିବାର ଅଭିଯୋଗ ହେବା ପରେ ଗତ ରାତି ରେ ଦେଓଗାଁ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ନୂଆ ପାଲି ଗାଁ ରେ ଏକ ପିକପ୍ ଗାଡ଼ି କୁ ଧରି ଯାଞ୍ଚ କରିବା ପରେ ଗାଡ଼ିଟି କୁ ଥାନାରେ ଅଟକ ରଖିଥିବା ବେଳେ ସାର ଥିବା ଘରକୁ ସିଲ କରିଥିବା ଜଣାପଡିଛି। ଏନେଇ ପୁଲିସ ସାର ଆଣିଥିବାର କାଗଜ ପତ୍ର ମାଗିବାରୁ ଡ୍ରାଇଭର କୌଣସି କାଗଜ ପତ୍ର ଦେଖାଇ ପାରିନଥିବାରୁ ଗାଡ଼ି ଟି ଅଟକ ରହିଛି । ଏହି ସାର ଗାଡ଼ି ଟି ତୁଷୁରା ଥାନାର ବଡ଼ ଗୋ ମୁଣ୍ଡା ଗାଁ ର ଜୈନିକ ବ୍ୟବସାୟୀଙ୍କ ଠାରୁ ରାତି ରେ ସାର ଆସିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ତେବେ ୨୫ ବସ୍ତା ସାର ଥିବା ଅଚ୍ୟୁତ ବିଶ୍ଵାଳଙ୍କ ଗୋଦାମ ଘର କୁ ସିଲ୍ କରି ଛି ପୁଲିସ। କୃଷି ବିଭାଗ ତଦନ୍ତ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପନ୍ଥା ଗ୍ରହଣ କରାଯିବ ବୋଲି ଦେଓଗାଁ ପୁଲିସ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.