ବେଗୁନିଆପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ।

0 220

କୋଦଳା,୦୩/୦୮(ପିପିଟି):ସରସ୍ବତୀ ଶିଶୁମନ୍ଦିର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ – ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିରିବାଟିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏଥିରେ ବିଚାରପତି ଭାବେ କଞ୍ଚଣା ଉଚ୍ଚ ବିଦ୍ୟାଳୟ,ବିରିବାଟିଆ ଉଚ୍ଚ ବିଦ୍ୟାଳୟ, ଜନତା ଉଚ୍ଚ ବିଦ୍ୟାଳୟ ଏବଂ ଚିଙ୍ଗୁଡ଼ିଖୋଲ ଉଚ୍ଚ ବିଦ୍ୟାଳୟରୁ ୮ ଜଣ ବିଜ୍ଞାନ ଶିକ୍ଷକ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଏମ. ଶ୍ୟାମଘନ ପାତ୍ର ବିଜ୍ଞାନ ମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ବିଦ୍ୟାଳୟର କୁନି କୁନି ଭଉଣୀ ମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଯୁଗ୍ମ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ । ଏଥିରେ ୧୩୦ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ସୈନ୍ୟ ବିଭାଗର ସୁବେଦାର ଗଣେଶ ସେଠି ଯୋଗଦେଇ ଶିଶୁ ମାନଙ୍କୁ ବିଜ୍ଞାନ ଆଧାରିତ ବହୁ ମୂଲ୍ୟବାନ କଥା କହିବା ସହ ପୁରସ୍କାର ବିତରଣ କରିଥିଲେ। ସଭାପତି ସୁନୀଲ କୁମାର ରଥ ଶିଶୁ ମାନଙ୍କୁ ଆଜିର ବିଜ୍ଞାନ ସହିତ ଯୋଡି ହେଲେ ମଧ୍ୟ ପ୍ରାଚୀନ ପରମ୍ପରାକୁ ଯେମିତି ଭୁଲି ନ ଯାଆନ୍ତୁ ସେ ବିଷୟ ରେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଶିବାନନ୍ଦ ପଟ୍ଟନାୟକ,ଗୁରୁଜୀ ରୋହିତ ପରିଡା, ଅମ୍ବିକା ଗୁରୁମା,ନମିତା ପାଢ଼ୀ,ଅଲିଭା, ସୁନିତା ସାମଲ,ସୁନିତା ସ୍ୱାଇଁ, ସ୍ୱପ୍ନା ସେଠି, ନମିତା ଜେନା, ଜସ୍ମିନ ବାରିକ,ରୁପାଲୀ ଦାସ, ନୀଳମାଧଵ ଗୁରୁଜୀ,ପ୍ରଦୀପ , ମମତା ଗୁରୁମା,ଦୀପ୍ତି,ଲିଜା,ରୀନା ଏବଂ ଅନୁଛାୟା ଗୁରୁମା ସମେତ ସେବିକା ପ୍ରମିଶ ଏବଂ ବିଷ୍ଣୁ ମାଉସୀ ,ବାହନ ଚାଳକ ବାପୁଜୀ ଓ ଜୟନ୍ତ ଭାଇ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.