ପୁବର୍ତନ ବିଧାୟକ ଦିବଙ୍ଗତ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ।

0 236

କୋଦଳା,୦୩/୦୮(ପିପିଟି):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳର ପୂର୍ବତନ ବିଧାୟକ ସ୍ବର୍ଗତ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ ବେଗୁନିଆପଡା ବ୍ଲକ ସମ୍ମୁଖ ନାରାୟଣ ସାହୁ କଲ୍ୟାଣ ମଣ୍ଡପ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସମାରୋହ ଅଭ୍ୟର୍ଥନା କମିଟି ଅଧକ୍ଷ ବିଜୟ କୁମାର ଦୋରାଙ୍କ ଅଧକ୍ଷତା ଓ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନର ସଭାପତି ପ୍ରଶାନ୍ତ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଗ୍ରୀନ ନୋବେଲ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ଏହି ବେଗୁନିଆପଡା ଓ ଖଲ୍ଲିକୋଟ ଅଂଚଳ ସମେତ ବିଭିନ୍ନ ଲୋକଙ୍କ ସମସ୍ୟା ସହିତ ସ୍ବର୍ଗତ ସାହୁ ଜଡିତ ଥିଲେ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ କମ୍ୟୁନିଷ୍ଟ ନେତା ଶ୍ରୀହର୍ଷ ରଥ ଯୋଗଦେଇ ସ୍ବର୍ଗତ ସାହୁ ଚାଷୀଙ୍କ ସାଥି ଥିବା ସହ ଅଞ୍ଚଳର ଉନ୍ନତି ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ନବୀନ ପତ୍ରିକାର ସମ୍ପାଦକ ରବି ରଥ, ବିଶିଷ୍ଟ ସମାଜସେବୀ ଗୌରାଙ୍ଗ ରାଉତ ସୁଧୀର ସାବତ, ଅଶୋକ କୁମାର ପଲାଇ, ଖଲ୍ଲିକୋଟର ପୂର୍ବତନ ଅଧକ୍ଷ ରାମ ମୋହନ ପଣ୍ଡା, ବରିଷ୍ଠ ଆଇନଜୀବୀ ଉଦୟନାଥ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ରଥ, ବରିଷ୍ଠ କମ୍ୟୁନିଷ୍ଟ ନେତା ରଙ୍କନାଥ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅତିଥି ଯୋଗଦେଇ ସ୍ବର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ। ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଙ୍ଗାର ଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ ନାରାୟଣ ସାହୁଙ୍କ ଜୀବନୀ ଉପରେ ଏକ ଲିଖିତ ତଥ୍ୟ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.