ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ।

0 226

ମାଲକାନଗିରି, ୦୨/୦୮(ପିପିଟି):ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗର କାର୍ଯ୍ୟନ୍ୱୟନ, ଭବିଷ୍ୟତ ପନ୍ଥା, ଆଗାମୀ ପାଞ୍ଚ ବର୍ଷର ଭିଜନ ବିଷୟରେ ଜାଣିବା ପାଇଁ ଜିଲ୍ଲାପାଳ ଏହି ବୈଠକ କରିଥିଲେ। ପ୍ରଶାସନିକ ବ୍ୟବସ୍ଥାରେ ସବୁବେଳେ ସୁଶାସନ ବଜାୟ ରଖିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ତେଣୁ ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ସମସ୍ତଙ୍କୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମଞ୍ଚାସୀନ ଥିଲେ। ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ରାସ୍ତା ଓ କୋଠାବାଡ଼ି ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ଚାଲିଥିବା ଜନଜାତି ଉନ୍ନୟନ କାର୍ଯ୍ୟ, ସ୍ବାସ୍ଥ୍ୟ ବିଭାଗର ଭିତ୍ତିଭୂମି ଓ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା, ଶିକ୍ଷା ବିଭାଗର ଭିତ୍ତିଭୂମି ଓ ବିଭିନ୍ନ ଯୋଜନା ବିଷୟରେ ଜିଲ୍ଲାପାଳ ଅବଗତ ହୋଇଥିଲେ। ଏତଦ୍ ବ୍ୟତୀତ ବିଭିନ୍ନ ବିଭାଗରେ ରହିଥିବା ସମସ୍ୟା ସଂପର୍କରେ ଜିଲ୍ଲାପାଳ ଅବଗତ ହୋଇଥିଲେ। ବୈଠକରେ ଜିଲ୍ଲାର ସମସ୍ତ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.