ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ।

0 211

କୋଦଳା,୩୧/୦୭(ପିପିଟି): ଗୁରୁବାର କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସର ରେ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ କୌଶଳ ଶିକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ମାନ ବିଶଦ ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀ ନିଜ ନିଜ ଦକ୍ଷତା ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ଉପସ୍ଥାପନା ପ୍ରସ୍ତାବ ଗୁଡିକର ପରୀକ୍ଷଣ ନିମନ୍ତେ ବିଚାରକ ଭାବେ ପୁରାତନ ଛାତ୍ର ଦୁର୍ଗା ପ୍ରସାଦ ଦାଶ ଏବଂ ସ୍ଥାନୀୟ ଉଦ୍ୟୋଗୀ ଭାବେ ଦୀପକ କୁମାର ଖଟେଇ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କେ ସଂଯୋଜିକା ଅଧ୍ୟାପିକା ରଞ୍ଜୁଵାଳା ନନ୍ଦ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଏକାଡେମିକ ଅଧିକାରୀ ଅଧ୍ୟାପକ ବିନୋଦ କୁମାର ମିଶ୍ର ଆକାଉଣ୍ଟ ବରସର ଅଧ୍ୟାପକ ସାଗର ଚାନ୍ଦ ପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପରିଶେଷରେ ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ଅଧ୍ୟାପକ ସପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.