କାର୍ଯ୍ୟାଳୟରେ ବିଦ୍ୟୁତ କର୍ମଚାରୀଙ୍କ ପେଟ୍ରୋଲ ଢ଼ାଳି ଆତ୍ମହୁତି ଉଦ୍ୟମ ।

0 774

ଭଞ୍ଜନଗର, ୨୩/୦୭(ପିପିଟି) : ବର୍ତ୍ତମାନ ସାରା ରାଜ୍ୟରେ ବିଭିନ୍ନ କାରଣରୁ ପେଟ୍ରୋଲ ଢ଼ାଳି ହତ୍ୟା ଓ ଆତ୍ମହତ୍ୟା ଭଳି ଅନେକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଜନତା ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି।ଏଭଳି ସ୍ଥିତିରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟିପିଏସଓଡ଼ିଏଲ କାର୍ଯ୍ୟାଳୟରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଟାଟା କମ୍ପାନୀରେ କାର୍ଯ୍ୟରତ ଏନଫୋର୍ସମେଣ୍ଟ ସୁପଭାଇଜର ଭକ୍ତ ରାମ ସାହୁ ଆଜି ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହୁତି ଉଦ୍ୟମ କରୁଥିବା ବେଳେ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ସଠିକ ସମୟରେ ଉଦ୍ଧାର କରିଥିବାରୁ ସେ ନିଶ୍ଚିତ ଏକ ଅଘଟଣରୁ ବର୍ତ୍ତି ଯାଇଛନ୍ତି।ଭକ୍ତ ରାମ ଗତ ୪ବର୍ଷ ହେଲା ଏଠାରେ ନିଜ ଟିମ୍ କୁ ନେଇ କାର୍ଯ୍ୟ କରି ଆସୁଥିବା ବେଳେ ଅଫିସ କର୍ତ୍ତୃପକ୍ଷ ଦୁର୍ବଳ ପ୍ରଦର୍ଶନ ଦର୍ଶାଇ ଆସନ୍ତା ୩୧ତାରିଖରୁ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ନେବା ପାଇଁ କହିଥିଲେ।ଏସମ୍ପର୍କରେ ସେ ଅନ୍ୟ ଅଧିକାରୀମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ।ଫଳରେ ସେ ମାନସିକ ଭାରସାମ୍ୟ ହରାଇ ଆଜି କାର୍ଯ୍ୟାଳୟ ମଧ୍ୟରେ ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଥିଲେ।ଏସମ୍ପର୍କରେ ଟାଟା କମ୍ପାନୀ କର୍ତ୍ତୃପକ୍ଷ କୌଣସି ସୂଚନା ଦେବାକୁ ମନା କରିଛନ୍ତି।

ରିପୋର୍ଟ- (ଜେ କେ ପଟ୍ଟନାୟକ )

Leave A Reply

Your email address will not be published.