ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ ।

0 366

ଭଞ୍ଜନଗର, ୨୧/୦୭(ପିପିଟି):ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ତରଫରୁ ସଭାପତି ବିଭୂତି ଭୂଷଣ ଜେନା, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ତାରିଣୀ, ସନ୍ତୋଷ ଜେନା ଓ କବିରାଜ ପୋଲେଇ ପ୍ରମୁଖ ଭେଟି ଚାରି ଶହରୁ ଉର୍ଦ୍ଧ୍ବ ବୟସ୍କ ସଭ୍ୟ ଓ ସଭ୍ୟାଙ୍କ ବିଭିନ୍ନ ଅଭାବ, ଅସୁବିଧା, ସମସ୍ୟା, ସଭାସମିତି, ଚିତ୍ତ ବିନୋଦନ ସହ ମନ ଖୁସି କରିବାକୁ ଏକ ଗୃହ ପାଇଁ ଜାଗା ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ରକୁ ବିଚାର କରିବା ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କୁ ଜଣାଇଛନ୍ତି । କିଛିଦିନେ ପୂର୍ବେ ଏହା ଉପରେ ତହସିଲଦାର ଜାଗା ଚିହ୍ନଟ ସହ ସବ ରେଜିଷ୍ଟାରଙ୍କୁ ଜାଗାର ମୂଲ୍ୟାଙ୍କନ କରିଵା ପାଇଁ କହିବା ପରେ ନିର୍ଦ୍ଧାରିତ ମୂଲ୍ୟଦେଇ ଜାଗାକ୍ରୟ କରିବା ସମ୍ଭବ ନୁହେଁ ବୋଲି ଜଣାଇ ଦିଆଯାଇଛି ।  ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟି ସରକାରୀ ଜାଗା ଖଣ୍ଡେ ଦେଲେ ସମସ୍ତଙ୍କ କାମରେ ଲାଗିପାରନ୍ତା ବୋଲି କହିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.