ଭଞ୍ଜନଗର ୨୦/୦୭(ପିପିଟି) :ଭଞ୍ଜନଗର ଲଣ୍ଡେଇ ସାହି ବାଇପାସ୍ ରୋଡ଼ର ବୀର ଚକରା ବିଷୋୟୀ ଛକରେ ଥିବା ଖୋଲାସ୍ଥାନକୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ଶୁଭ ଉଦଘାଟନ ହୋଇ ଯାଇଛି।ଉକ୍ତ ସ୍ଥାନର ଆକର୍ଷଣୀୟ କଳାକୃତି ସମସ୍ତଙ୍କର ମନ ମୋହୁଛି।ଏଥିରେ ଉଦଘାଟକ ଭାବରେ ପୁର୍ବତନ ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବିଧାୟକ ତଥା ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ନଗର ପାଳ ଗୋପବନ୍ଧୁ ମହାପାତ୍ର,ଉପ ନଗରପାଳ ଶୁଭଶ୍ରୀ ଦାସ,ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲି କୃଷ୍ଣ ପଣ୍ଡା, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି, ବିଷ୍ଣୁ ପ୍ରସାଦ ପ୍ରଧାନ, ରବିନ୍ଦ୍ର କୁମାର ଗୌଡ଼, ମାନସ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଆଜି ସକାଳେ ଏକ ବାଇକ୍ ଶୋଭାଯାତ୍ରାରେ ଅତିଥିମାନେ ଉକ୍ତ ସ୍ଥାନକୁ ଆସିବା ପରେ ବିପ୍ଲବୀ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏଥିସହ ଅତିଥିମାନେ ସେହି ସ୍ଥାନରେ ବୃକ୍ଷ ରୋପଣ କରିଥିଲେ। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମିଲନ୍ ମୁର୍ମୁ, ଦିଲିପ୍ କୁମାର ଷଡଙ୍ଗୀ, ଦିଲୀପ କୁମାର ମିଶ୍ର, ଶୁଭମ୍ କୁମାର ପାଣିଗ୍ରାହୀ, ମମତା ପଣ୍ଡା, ସୁବର୍ଣ୍ଣରେଖା ରାଓ, ଅମ୍ରିତା କୁମାରୀ ନାୟକ ଓ ସମସ୍ତ କାଉନସିଲର୍ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)