ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ।

0 295

ମାଲକାନଗିରି,୧୯/୦୭(ପିପିଟି) :ଗତ ଜୁଲାଇ ୧୨ ତାରିଖରେ ୱେବ୍ ଚେନାଲ ସାମ୍ବାଦିକ ଚିନ୍ତାକାଏଲୁ ନରେଶଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ମାଲକାନଗିରି ପୋଲିସ ଆଜି ହାଇଦ୍ରାବାଦରୁ ଗିରଫ କରିବାରେ ସକ୍ଷମ ହୋଇଛି। ଦୁଇ ଜଣ ଅଭିଯୁକ୍ତ ହେଲେ ମୋଟୁ ଥାନା ଅନ୍ତର୍ଗତ ଏମଭି-୭୫ ଗ୍ରାମର ସୁକୁମାର ରାୟ (୨୫) ଓ ଏମପିଭି-୮୨ ଗ୍ରାମର କୋଙ୍କଣ ଜୋର୍ଦାର (୨୧) ।
ଗତ ଜୁଲାଇ ୧୨ ତାରିଖ ଦିନ ମୋଟୁ ଥାନା ଠାରୁ ୯ କିମି ଦୂର ମୂରଲୀ ଗୁଡା ଠାରେ ଇଟିଗା କାର ଯୋଗେ ସିଏଚ୍ ନରେଶ ଓ କିଛି ସାଙ୍ଗ ସହିତ ମିଶି ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ। ହଠାତ୍ ଏହି ଠାରେ କିଛି ଦୁର୍ବୃତ୍ତମାନେ ମଟର ସାଇକେଲରେ ମୂରଲୀ ଗୁଡା ଠାରେ ପହଞ୍ଚି ସାମ୍ବାଦିକଙ୍କ ସହିତ ଯୁକ୍ତିତର୍କ ହୋଇ ଥିଲେ। ପରବର୍ତ୍ତୀ ସମୟରେ ଖଣ୍ଡା ଦ୍ଵାରା ସିଏଚ ନରେଶଙ୍କୁ ଆକ୍ରମଣ କରିଥିଲେ। ଫଳରେ ବାମ ହାତରେ ଗଭୀର ଖଣ୍ଡା ଚୋଟ ଲାଗିବା ଫଳରେ ପ୍ରଚୁର ରକ୍ତ ସ୍ରାବ ହୋଇ ତଳେ ପଡ଼ିଯାଇଥିଲେ। ସେମାନେ ତରୁଣ କୁମାର ଙ୍କୁ ମଧ୍ୟ ଆକ୍ରମଣ କରିଥିବାକୁ ଉଦ୍ୟମ କରିଥିବା ବେଳେ ସେ କାଳର ଚାବି ଫୋପାଡି ଦେଇ ଜଙ୍ଗଲର ପ୍ରାଣ ରକ୍ଷା ପାଇଁ ଲୁଚି ଯାଇଥିଲେ। କିଛି ସମୟ ପରେ ସାଙ୍ଗମାନଙ୍କୁ ନେଇ ତରୁଣ କୁମାର ଆମ୍ବୁଲାନ୍ସ ସହାୟତାରେ ମୋଟୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିକାଲ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହି ସମୟରେ ଅପରାଧିମାନେ କାରକୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ସଂପୃକ୍ତ କାରକୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ଅପରାଧୀଙ୍କୁ ହାଇଦ୍ରାବାଦରୁ ଗିରଫ କରିବାରେ ସଫଳ ହୋଇଛି। ଅପରାଧୀଙ୍କ ବିରୁଦ୍ଧରେ ମୋଟୁ ଥାନା କେସ ନମ୍ବର ୭୯/୨୦୨୫ ଧାରା ୩୧୦(୨),ବିଏନଏସ ଆର୍/ଡବ୍ଲ୍ଯୁ ସେକ୍ସନ ୨୭ ଅସ୍ତ୍ରଶସ୍ତ୍ର ଧାରା ୧୯୫୯ ଅନୁସାରେ ମାମଲା ରୁଜୁ କରିଛି। ଆଜି ଅଭିଯୁକ୍ତ ୨ ଜଣଙ୍କୁ କୋର୍ଟ ଚାଲାଣ
କରାଯାଇଥିବା ମାଲକାନଗିରି ଏସପି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.