ବେଆଇନ୍ ଭାବେ ମହିଳା ସରପଞ୍ଚଙ୍କୁ ପଦଚ୍ୟୁତ କରିବା ବିରୁଦ୍ଧରେ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ନ୍ୟାୟ ପ୍ରଦାନ ସକାଶେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

0 342

ପୋଲସରା,୧୯/୦୭ (ପିପିଟି) :ଚଳିତ ଜୁଲାଇ ମାସ ୧୧ ତାରିଖ ଶୁକ୍ରବାର ଦିନ ପୋଲସରା ବ୍ଲକ୍ ବାଲିଛାଇ ଗ୍ରାମ ପଞ୍ଚାୟତ ମହିଳା ସରପଞ୍ଚ ସିଲୁ ବେହେରାଙ୍କ ବିରୁଦ୍ଧରେ ମିଥ୍ୟା ଦୁର୍ନୀତି ଅଭିଯୋଗ ଅଣାଯାଇ ଅନାସ୍ଥା ପ୍ରସ୍ତାବ ଦ୍ଵାରା ପଦଚ୍ୟୁତ କରାଯାଇଥିଲା। ଏହା ବିରୁଦ୍ଧରେ ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ବ୍ଲକ୍ ଛକ ସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଗଂଜାମ ଜିଲ୍ଲା ସରପଞ୍ଚ ସଂଘ ସଭାପତି ମନୋରଂଜନ ଗୌଡ଼, ଉପସଭାପତି କୃଷ୍ଣଚନ୍ଦ୍ର ବୌଲା, ଉପଦେଷ୍ଟା ନିଳାଞ୍ଚଳ ସାହୁ ଓ ହାତିଓଟ ସରପଞ୍ଚଙ୍କ ପ୍ରତିନିଧି ତଥା ଉକ୍ତ ଜିଲ୍ଲା ସଂଘ ଆଇନ ପରାମର୍ଶଦାତା ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଗତ ଜୁନ୍ ମାସ ୧୬ ତାରିଖ ଦିନ ସରପଞ୍ଚ ସିଲୁ ବେହେରାଙ୍କୁ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ପରବର୍ତ୍ତୀ ଚଳିତ ଜୁଲାଇ ମାସ ୧୧ ତାରିଖ ଦିନ କିଛି ପ୍ରଭାବଶାଳୀ ବ୍ୟକ୍ତିମାନେ ପଞ୍ଚାୟତର ୱାର୍ଡମେମ୍ବର ମାନଙ୍କୁ ପ୍ରଲୋଭିତ କରି ବେଆଇନ୍ ଭାବେ ତାଙ୍କ ନାମରେ ମିଥ୍ୟା ଆରୋପ ଲଗାଇ ସରପଞ୍ଚ ପଦବୀରୁ ଅନ୍ତର କରାଯାଇଛି ତାହାର ତୀବ୍ର ନିନ୍ଦା କରିବାସହ ଉକ୍ତ ମିଥ୍ୟା ଆରୋପର ନିରପେକ୍ଷ ତଦନ୍ତ କରି ପଦଚ୍ୟୁତ ସରପଞ୍ଚ ସୀଲୁ ବେହେରାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ କରିବାସହ ଚଳିତ ୧୮ ତାରିଖ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ପତ୍ରାଙ୍କ ସଂଖ୍ୟା ୩୪/୨୫ ମାଧ୍ୟମରେ ନିବେଦନ କରିଛନ୍ତି। ଏହି ସମୟରେ ପଦଚ୍ୟୁତ ସରପଞ୍ଚ ସିଲୁ ବେହେରାଙ୍କ ସମେତ, କଳମ୍ୱ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସୁଶିତ କୁମାର ସାହୁ, ବେଲଗାଁ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ, ମନ୍ଦାର ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.