ଷଣ୍ଢମୂଳ ପାତ୍ର ହାର୍ଡୱେର ଷ୍ଟୋରରୁ ଚୋରୀ ଅଭିଯୋଗ ।

0 218

କୋଦଳା,୧୮/୦୭(ପିପିଟି): ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଷଣ୍ଢମୂଳ ବସଷ୍ଟାଣ୍ଡ ସ୍ଥିତ ବିଜୟ ପାତ୍ରଙ୍କ ପାତ୍ର ହାର୍ଡୱେର ଷ୍ଟୋରରୁ ବୁଧବାର ଦିନ ରାତିରେ ଚୋରୀ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଶ୍ରୀ ପାତ୍ର ଲିଖିତ ଏତଲା ଦାୟର କରିଛନ୍ତି । ସୂଚନା ଅନୁଯାଇ ବୁଧବାର ଦିନ ସନ୍ଧ୍ୟା ପାଖାପାଖି ପ୍ରାୟ ୭ ଟା ସମୟରେ ବିଜୟ ପାତ୍ର ଦୋକାନ ବନ୍ଧ କରି ଘରକୁ ଚାଲିଯାଇଥିଲେ । ତାପର ଦିନ ସକାଳେ ସେ ଦୋକାନ ଖୋଲିବାକୁ ଆସି ଦେଖିଲା ବେଳକୁ ଦୋକାନ ଚାବି ଖୋଲା ଅଛି ଏବଂ ଜିନିଷ ପତ୍ର ସବୁ ଏଣେ ତେଣେ ପଡିଛି ଏବଂ କିଛି ମୂଲ୍ୟବାନ ଜିନିଷ ଏବଂ ଟଙ୍କା ଚୋରୀ ହୋଇଥିବା ନେଇ ଗୁରୁବାର ଦିନ ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି । ବେଗୁନିଆପଡ଼ା ଅଞ୍ଚଳରେ ବାରମ୍ବାର ଏମିତି ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ଯୋଗୁଁ କଡା କଡି ପେଟ୍ରୋଲିଂ କରିବା ପାଇଁ ବିଜୟ ଦାବୀ କରିବା ସହ ଏହି ଦୋକାନ ଚୋରୀ ରେ ସମ୍ପୃକ୍ତ ଥିବା ଚୋର ମାନଙ୍କୁ ଅତିଶୀଘ୍ର ଧରିବା ପାଇଁ ବେଗୁନିଆପଡ଼ା ପୋଲିସ୍ କୁ ସେ ଅନୁରୋଧ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.