ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସମାରୋହ।

0 348

ବୋଲଗଡ଼,୧୬/୦୭(ପିପିଟି):ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସମରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକଙ୍କ ପୌରୋହିତ୍ୟରେ ଏକ ସମ୍ବର୍ଦ୍ଧନା ସମରୋହୋ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।ନିକଟ ଅତୀତରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ପଦୋନ୍ନତି ପ୍ରାପ୍ତ ହୋଇ ବେଗୁନିଆସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଓଇଏସ -୨ ପ୍ରଧାନ ଶିକ୍ଷକ ରୂପେ ଯୋଗଦାନ,ଶିକ୍ଷୟତ୍ରୀ ସୌଦାମିନୀ ସୁବୁଦ୍ଧି ଙ୍କ ଅବସର ଗ୍ରହଣ କରିଥିବାରୁ ଓ ଶିକ୍ଷକ ବିଭୁପ୍ରସାଦ ମହାପାତ୍ର କଳାଙ୍ଗ ସାଧନ କେନ୍ଦ୍ର ସଂଯୋଜକ ପଦବୀ ପ୍ରାପ୍ତ ହୋଇଥିବାରୁ ସେମାନଙ୍କୁ ଉକ୍ତ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏତତ୍ ବ୍ୟତୀତ ସଂପୁର ଗ୍ରାମବାସୀ,ପାଞ୍ଚଗଡ ସୃଜନଶୀଳ ସମିତି ଏବଂ ଗୋପବନ୍ଧୁ କ୍ଲବ ତରଫରୁ ଉକ୍ତ ବିଦ୍ୟାଳୟ ପରିସରରେ ଯଥାକ୍ରମେ ଶିକ୍ଷକ ନିଧି ଏବଂ ସମ୍ପୁର ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏଥିରେ ବୋଲଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ମୁଖ୍ୟ ଅତିଥି,ବୋଲଗଡ଼ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁ ମୁଖ୍ୟ ବକ୍ତା,ପ୍ରାକ୍ତନ ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା,ବାଣପୁର ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଭିକାରୀ ଚରଣ ପ୍ରଧାନ,ସହ ମଣ୍ଡଳ ଶିକ୍ଷାଧିକାରୀ ଅମିତା ମିଶ୍ର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଞ୍ଚ ସଖା ଶିକ୍ଷାସେତୁ ସଂଗଠନ ର ସଭ୍ୟ ଇଞ୍ଜିିନିୟର ରାମମାନସ ପଣ୍ଡା,ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା,ଖଙ୍ଗୁରିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟା ବିନୋଦିନୀ ଦତ୍ତ, ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ର ସଭାପତି ସମ୍ବିତ ଭୂଷଣ ରାଉତରାୟ ଏବଂ ବୋଲଗଡ଼ ଭଏସ୍ ମିଡ଼ିଆର ସଭାପତି ନିରଞ୍ଜନ ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନଙ୍କ ଗୁଣଗାନ କରିଥିଲେ ।ଏହା ପୂର୍ବରୁ ଦୀପ୍ତିରଞ୍ଜନ ଦାସ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ ।ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ବେଳେ ସ୍ମିତାସିନ୍ଧୁ ମହାପାତ୍ର ବେଦ ପାଠ କରିଥିଲେ । ନମିତା ସାହୁଙ୍କ ଦ୍ୱାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ .ବିଶ୍ୱଜିତ ସରୋଜ କୁମାର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୋତାଲିନି ସାହୁ ସେମାନଙ୍କୁ ବେଜ ପିନ୍ଧାଇଥିଲେ। ଦୀପକ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ସଂଗୀତ ଗାଁ କରିଥିଲେ । ଗ୍ରାମବାସୀ, ଗୋପବନ୍ଧୁ କ୍ଲବ ଓ ଆଖପାଖ ବିଦ୍ୟାଳୟ ତରଫରୁ ଓ ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟ ତରଫରୁ ଶୁଭଶ୍ରୀ ଧଳ ଓ ସୌଦାମିନୀ ପରିଡ଼ାଙ୍କ ଦ୍ୱାରା, ପ୍ରତି ଶ୍ରେଣୀର ବିଦ୍ୟାର୍ଥୀ ସମ୍ବର୍ଦ୍ଧିତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଦିଆଯାଇଥିଲା । ପରିଶେଷରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଅଂଶୁମାନ ଧଳ , ଶ୍ରୀଧର ଦତ୍ତ, ଲୁଲୁ ମିଶ୍ର, ପ୍ରିୟବ୍ରତ ଦାଶ,ବୁଲୁ ପରିଜା,ରବୀନ୍ଦ୍ର ସାଥୁଆ,ସମ୍ବିତ କେଦାର କର ଓ ସ୍ନେହଲତା ପାଇକରାୟ ଓ ସଂପୁର ଗ୍ରାମବାସୀ ଏବଂ ଦୁଇ କମିଟିର ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.