ଗୋଶାଳା ପାଲଟିଛି କୋଦଳା କଲେଜ ମୁଖ୍ୟ ରାସ୍ତା ।

0 220

ବେଗୁନିଆପଡା,୧୬/୦୭(ପିପିଟି):କୋଦଳା ଏନ୍ଏସି କୁମୁଟି ସାହି ଛକ ଠାରୁ ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାର ଦେୱାନ ବନ୍ଧ ରାସ୍ତା ଉପରେ ଗୋରୁଗାଈଙ୍କ ରହଣି ସ୍ଥଳ ପାଲଟିଥିବା ଦେଖିବାକୁ ମିଳୁଛି । କଲେଜ ସହିତ ହାଇସ୍କୁଲ, ଥାନା, ତହସିଲ,ଅଦାଲତ,ଏନ୍ଏସି, ମେଡିକାଲ, ସବ ରେଜିଷ୍ଟର,କ୍ଷୁଦ୍ର ଜଳସେଚନ,ଟ୍ରେଜେରି କାର୍ଯ୍ୟାଳୟକୁ ଯିବା ଉପରେ ଏହି ରାସ୍ତାଟି ଉପରେ ଜନସାଧାରଣ ନିର୍ଭର କରୁ ଥିବା ବେଳେ ଏହାର ଆବଶ୍ୟକତାକୁ ନେଇ ଏନ୍ଏସି ପକ୍ଷରୁ ଦୀର୍ଘବର୍ଷ ହେବ ଦୁଇଥାକିଆ ପେବର ରାସ୍ତା ନିର୍ମାଣ ହୋଇଅଛି । ଗୋଟିଏ ପଟେ ମାଛ ବଜାର ଭିଡ଼ ନିମନ୍ତେ ରାସ୍ତା ଯାମ ହେଉଥିବା ବେଳେ ଗୋଟିଏ ପଟେ ସମସ୍ତ ଯାନ ବାହାନ ଯାତାୟାତ ହେଉଛି କିନ୍ତୁ ଏହି ରାସ୍ତା ରେ ଗୋରୁ ଗାଇଙ୍କ ରହଣି ସ୍ଥଳ ପାଲଟି ଯାଉଛି । ଯେ କୌଣସି ଚାରି ଚକିଆ ହେଉ କି ଦୁଇଚକିଆ ଗାଡି ସେଠାରେ ଓହ୍ଲାଇ ଗାଈ ମାନଙ୍କୁ ଆଡେଇ ଯାଉଛନ୍ତି । ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟି କେହି ନା କେହି ଆହାତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି ।ଯାହା ଫଳରେ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ଓ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଗାଈଗୋରୁଙ୍କ ରହିବା ସମସ୍ୟା ସମାଧାନ କରିବା ସହିତ ରାସ୍ତାଟିକୁ ଗାଈଗୋରୁ ରହଣି ମୁକ୍ତ କରିବାକୁ ଜନସାଧାରଣ ଦାବୀ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.