ପୋଲସରା,୧୬/୦୭ (ପିପିଟି):ପୋଲସରା ବିଜ୍ଞାପିତ ଅଞ୍ଚଳ ପାଇଁ ଯୁବ ସଂଗଠକ ସିମାଞ୍ଚଳ ସାହୁଙ୍କୁ ନିଜର ପ୍ରତିନିଧି ଭାବରେ ନିଯୁକ୍ତି ଦେଇଛନ୍ତି ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ । ଏ ନେଇ ବିଧିବଦ୍ଧ ଭାବେ ନଗର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି |ସଂଘ କାର୍ଯ୍ୟକର୍ତ୍ତାରୁ ବିଜେପି ସଂଗଠନ ସହିତ ଦୀର୍ଘ ବର୍ଷ ହେବ ଯୋଡିହୋଇ ରହିଥିବା ଶ୍ରୀ ସାହୁ ପୋଲସରା ଅଞ୍ଚଳରେ ବିଜେପିର ବିପ୍ଲବୀ ଚେହେରା ଭାବରେ ଜଣାଶୁଣା । ଆଇନ, ସାମ୍ବାଦିକତା ଏବଂ ଗଣଯୋଗାଯୋଗ, ଲୋକ ପ୍ରଶାସନ ଆଦି ବିଷୟରେ ଉଚ୍ଚ ଡିଗ୍ରୀ ହାସଲ କରିଥିବା ଶ୍ରୀସାହୁ ପୂର୍ବରୁ ପୋଲସରା ମଣ୍ଡଳ ଯୁବମୋର୍ଚା ସଭାପତି, ବିଭିନ୍ନ ମଣ୍ଡଳର ପ୍ରଭାରୀ, ଜିଲ୍ଲା ସମ୍ପାଦକ ଆଦି ଦାଇତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି । ପ୍ରତିନିଧି ନିଯୁକ୍ତି ପରେ ସାଂସଦଙ୍କ ଏକାନ୍ତ ଅନୁଗତ ଭାବରେ ଜଣାଶୁଣା ଶ୍ରୀ ସାହୁ ସାଂସଦଙ୍କୁ କୃତଜ୍ଞ ତା ଜଣାଇବା ସହିତ ନିଜର ଦାଇତ୍ୱକୁ ନିଷ୍ଠାର ସହିତ ପାଳନ କରିବେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା