ସରପଞ୍ଚ ପରିବାରର ସୁରକ୍ଷା ଦାବୀ କଲା ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ।

0 212

ସୁବର୍ଣ୍ଣପୁର, ୧୪/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର୍ ବ୍ଲକ୍ ସରପଞ୍ଚ ସଂଘର ଏକ ଜରୁରୀ ବୈଠକ ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟରେ ମୃଷୁଣ୍ଡି ଗ୍ରାମ ପଞ୍ଚାୟତ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସଭାନେତ୍ରୀ ଶ୍ରୀୟା କର୍ମୀ ବ୍ଲକ୍ ରୁ ଆସିଥିବା ସମସ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କୁ ସ୍ବାଗତ କରିଥିଲେ। ଦୁଙ୍ଗୁରି ପାଲି ବ୍ଲକ୍ ର ଗଜବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ବାସନ୍ତୀ ଖେତୀ ଙ୍କ ସ୍ବାମୀ ତଥା ପୂର୍ବତନ ସରପଂଚ ବଲ୍ଲଭ କ୍ଷେତୀ ଙ୍କୁ ବିଭତ୍ସ ଭାବରେ ହତ୍ୟା କରିଥିବା ଆସାମୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜିଲ୍ଲା ଓ ପୋଲିସ ପ୍ରଶାସନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ l ସ୍ବର୍ଗତ ବଲ୍ଲଭ କ୍ଷେତୀ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଗତବର୍ଷ ଜୁଲାଇ ୨୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ଡୁଙ୍ଗୁରିପାଲି ବ୍ଲକ୍ ପରିସରରେ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସାହୁ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଓ ଗତ ୧୦ ତାରିଖ ଗୁରୁବାର ରାତିରେ ଶ୍ରୀ ବଲ୍ଲଭ ଖେତି ଙ୍କୁ ଅତର୍କିତ ଭାବରେ ଆକ୍ରମଣ ଓ ହତ୍ୟା କୁ ନେଇ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ଥିବା ଅନୁଭବ କରି ହତ୍ୟାକାରୀ ଙ୍କ ଗିରଫଦାରୀ ଓ ତୃଣମୂଳ ସ୍ତର ଗଣତାନ୍ତ୍ରିକ ପ୍ରକ୍ରିୟା ରେ ନିର୍ବାଚିତ ପ୍ରତିନିଧି ସରପଞ୍ଚ ଓ ପରିବାର ବର୍ଗଙ୍କ ସୁରକ୍ଷା ଦାବୀ ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରି ଦାବୀପତ୍ର ଦେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ବ୍ଲକ୍ ପ୍ରଶାସନ କାର୍ଯ୍ଯ କରୁଥିବା ସମସ୍ତ ସ୍କିମ ଓ ନିର୍ଦ୍ଧାରିତ ସମୟ ସୀମା ଭିତରେ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା , ଏହାର ସଫଳ ରୁପାୟନ ପାଈଁ ସ୍ଵଚ୍ଛତା ରକ୍ଷା ଓ ଲୋକ ଙ୍କୁ ନ୍ୟାୟ ଦେବାକୁ ବ୍ଳକ୍ ର ଅଧିକାରୀ ଓ ନିର୍ବାଚିତ ନେତୃମଣ୍ଡଳୀ ଙ୍କ ସହ ଆଲୋଚନା କରିବାକୁ ମତ ପ୍ରକାଶ ପାଇଲା। ଆଲୋଚନାରେ ଉପଦେଷ୍ଟା ସରପଞ୍ଚ ମନୋଜ କୁମାର ସାହୁ, ପ୍ରମୋଦ କୁମାର ମହାପାତ୍ର ସରପଞ୍ଚ ଜୟଶ୍ରୀ ଦେହୁରୀ , ସଂପାଦକ ସୂର୍ଯ୍ୟ କୁମାର ନନ୍ଦ , ସରପଞ୍ଚ ସସ୍ମିତା ଦୀପ, ଆକସ୍ମିତ। ବଢ଼ିଆ, ନିରୁପମା ସେଠି, ଅଳକା କର୍ମୀ, ନିରୁପମା ବଗର୍ତ୍ତୀ, ବନିତା ସେଠୀ ସମେତ ସମସ୍ତ ସରପଞ୍ଚ ଆଲୋଚନାରେ ଅଂଶ ଗ୍ରହଣ କରି ସଂଘ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିନୋବାନନ୍ଦ ପଧାନ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିଲେ ।ଶେଷରେ ଉପଦେଷ୍ଟା ସରପଞ୍ଚ ମହେନ୍ଦ୍ର ଜଗଦଲା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.