ବୋଲଗଡ଼,୧୪/୭(ପିପିଟି):ରାଜ୍ୟରେ ଏକ ବର୍ଷ ହେବ ସରକାର ବଦଳିବା ସହ ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ମଧ୍ୟ ନେତୃତ୍ଵ ବଦଳିଛି।ମାତ୍ର ବଦଳୁନି ବୋଲଗଡ଼ ବିକାଶର ଚିତ୍ର।ବୋଲଗଡ଼ ରେଲୱେ ଷ୍ଟେସନ ଓ ମା ଭୂଇଁଆଣୀ ପୀଠ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ଏହାକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବୀ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ lଫଳରେ ଯାତାୟତ ପାଇଁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଯାହାକି ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ଏକ କିମି ଦୂରରେ ରହିଛି ମା ଭୂଇଁଆଣୀ ଙ୍କ ପୀଠ ଏବଂ ରେଲୱେ ଷ୍ଟେସନ।ଏହି ରାସ୍ତାପାର୍ଶ୍ଵ ରେ ମଧ୍ୟ ବୋଲଗଡ଼ ଅଗ୍ନିଶମ କେନ୍ଦ୍ର ରହିଛି।ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ତିନୋଟି ସ୍ଥାନକୁ ସଂଯୋଗ ଥିବା ରାସ୍ତାଟିର ଅବସ୍ଥା ବର୍ଷବର୍ଷ ଧରି ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ ଏହା ପକ୍କା ରାସ୍ତା ନିର୍ମାଣ ହେଉନି।ଏହି ଦୁଇଟି ସ୍ଥାନ କୁ ଥିବା ରାସ୍ତାଟି ମାଟିମେଣ୍ଟାଲ ର କଚ୍ଚା ଓ ଖାଲଖମା ରାସ୍ତା ଭାବରେ ରହିଛି।କିଛି କିଛି ସ୍ଥାନରେ ମରାମତି ଅଭାବରୁ ଖାଲଖମାହୋଇ ବର୍ଷାଜଳ ଜମି ରହିବା ଫଳରେ ଯାତାୟତ ପାଇଁ ଅସୁବିଧା ଉପୁଜିଛି ରାସ୍ତାଟି ବ୍ଳକକାର୍ଯ୍ୟାଳୟର ପଶ୍ଚିମ ପାର୍ଶ୍ଵରୁ ୫୭ନଂ ଜାତୀୟ ରାଜପଥରୁ ବାହାରି ଅଗ୍ନିଶମ କେନ୍ଦ୍ର ଦେଇ ରେଲୱେ ଷ୍ଟେସନ ଏବଂ ସେଠାରୁ ମା “ଭୂଇଁଆଣୀ ଙ୍କ ପୀଠ ଅଭିମୁଖେ ଯାଇଛି।ଏଥିନେଇ ଉକ୍ତ ରାସ୍ତା ଟି ପ୍ରତ୍ୟହ ଚଳଚଞ୍ଚଳ ରହୁଛି।ଉଲ୍ଲେଖ ଥାଉକି ରେଲୱେ ଷ୍ଟେସନକୁ ଯାତାୟତ ପାଇଁ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି।ସେହିପରି ପ୍ରାକୃତିକ ଶୋଭାରାଜୀ ମଧ୍ୟରେ ପାହାଡ଼ ପାଦଦେଶରେ ଥିବା ମା “ଭୂଇଁଆଣୀଙ୍କର ପୀଠରେ ବର୍ଷ ସାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା ସଭାସମିତି,ବିବାହବ୍ରତ ଏବଂ ପର୍ବପର୍ବାଣି ମାନ ଅନୁଷ୍ଠିତ ହେଉଛି।ଏଥିନେଇ ଏଠାକୁ ଯିବାଆସିବା ପାଇଁ ଲୋକେ ଏହି ରାସ୍ତା ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗୁରୁତ୍ୱବହନ କରୁଥିବା ଏହି ରାସ୍ତାଟି ରାଜପଥ ଠାରୁ ପ୍ରାୟ ଏକ କିମି ହେଉଥିବାବେଳେ ରାସ୍ତାସାରା ଖାଲଖମାହୋଇ ରହିଛି।ଏଥି ସହିତ ବର୍ଷାଜଳରେ ଧୋଇ ମେଟାଲ ବୋଲଡର ବାହାରି ଗଲାଣି।ଏଥିନେଇ ସ୍ଥାନୀୟ ଅଞ୍ଚଳରେ ବହୁବାର ପଞ୍ଚାୟତ ସମିତି ବୈଠକ ଓ ଜିଲ୍ଲା ପ୍ରଶାସନ ନିକଟରେ ପକ୍କା ସଡ଼କ ନିର୍ମାଣ ଦାବୀ କରୁଥିଲେ ବି କିଛି ସୁଫଳ ମିଳୁନାହିଁ। ତେବେ ପ୍ରଶାସନ ପକ୍ଷରୁ ଏହି ରସ୍ତାଟିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପକ୍କାରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରୁଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।