ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ।

0 269

ପୋଲସରା (ପିପିଟି) : ଆଜି ପୋଲସରା ଅଞ୍ଚଳରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂତ୍ରରୁ ଜଣାପଡିଛି ଆଜି ବିଳମ୍ୱିତ ରାତ୍ର ସମୟରେ ପୋଲସରା ବ୍ଲକ୍ ଓ ଥାନା ଅଧିନସ୍ଥ ଚିରିକିପଡ଼ା- ପୋଲସରା – ବୁଗୁଡ଼ା ତିନି ଛକିଆରେ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବ ନିକଟସ୍ଥ ମା” ସିଂହାସନୀ ତୋରଣକୁ ଗୋଟିଏ ପଲସର ବାଇକ୍ ଖୁବ୍ ଜୋରରେ ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ଏହି ପୋଲସରା ବ୍ଲକ୍ ଓ ଥାନା ଅଧିନସ୍ଥ ବଡ ପଙ୍କଳବାଡି ପଞ୍ଚାୟତର ମଙ୍ଗଳପୁରଗ୍ରାମ ବାସିନ୍ଦା। ଦୁଇଜଣ ରକ୍ତ ସମ୍ପର୍କୀୟ ଭାଇ ଥିବାବେଳେ ଜଣଙ୍କ ନାମ ଦୀପକ ନାୟ (୨୦) ଓ ଅନ୍ୟ ଜଣଙ୍କ ନାମ ଆରତ ନାୟକ (୨୦) ଅଟୋ ଆଜି ଚିରିକିପଡ଼ା ଶାସନ ଗ୍ରାମରୁ ଦୁଇଜଣ ଫେରୁଥିବା ସମୟରେ ତୋରଣରେ ବାଡେଇହେବା ଫଳରେ ୨ଜଣଙ୍କ ପ୍ରାଣ ଚାଲିଯାଇଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସକାଳେ ଦୁର୍ଘଟଣା ଖବର ପାଇ ପୋଲସରା ପୋଲିସ ଘଟଣା ସ୍ଥଳକୁ ଯାଇ ଦୁଇଜଣଙ୍କୁ ପୋଲସରା ମେଡ଼ିକାଲକୁ ଆଣିଥିଲେ। ଡ୍ୟୁଟିରେ ଥିବା ଡକ୍ଟର ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ ସକାଶେ ପୋଲିସ ବ୍ରହ୍ମପୁର ପଠାଇଦେବା ସହ ପ୍ରକୃତ ମୃତ୍ୟୁର କାରଣକୁ ନେଇ ତଦନ୍ତ ଜାରିରଖିଛି। ଏନେଇ ପୋଲସରା ଥାନାରେ କେସ ନଂ ୫୦୪/୨୫ ମାମଲା ରୁଜୁ କରାଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.