ଚାନ୍ଦବାଲି ବୈତରଣୀ ନଦୀରେ ବିରାଟକାୟ ମୃତ କୁମ୍ଭୀର ଠାବ ।

0 214

ଚାନ୍ଦବାଲି,୧୦/୦୭:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବନଖଣ୍ଡ ଅଧୀନ ବୈତରଣୀ ନଦୀ ଅରଣ୍ୟନିବାସ ନିକଟରେ ଗୁରୁବାର ଏକ ମୃତ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଥିଲା । କୁମ୍ଭୀରର ଲମ୍ବ ୫ ରୁ ୬ ଫୁଟ ହେବ ବୋଲି ଅନୁମାନ କରାଯାଉଛି। କୁମ୍ଭୀର ଟି ମୃତ୍ୟୁ ପରେ ନଦୀରେ ଭାସୁଥୁବା ବେଳେ କୁମ୍ଭୀରର ଗୋଡ଼ ଚାରୋଟି ଉପରକୁ ଥିଲା । ତେବେ କୁମ୍ଭୀରଟି କିପରି ମଲା ? କେଉଁଠୁ ଆସିଲା ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ଏହି ନଦୀରେ ଅନେକ କୁମ୍ଭୀର ଚଳପ୍ରଚଳ ହେଉଥିବା ଦେଖିବକୁ ମିଳେ। ସରକାରୀ ରିପୋର୍ଟ ଅନୁସାରେ ବୈତରଣୀ ନଦୀରେ ପ୍ରାୟ ୧୨ରୁ ଉର୍ଦ୍ଧ୍ଵ କୁମ୍ଭୀର ଅଛନ୍ତି । ଏ ବିଷୟରେ ଭଦ୍ରକ ଡି ଏଫ୍ ଓ ସୌଭାଗ୍ୟ କୁମାର ସାହୁ କହିଛନ୍ତି ଏ ବିଷୟରେ ଚାନ୍ଦବାଲି ରେଞ୍ଜରକୁ ଜଣାଯାଇଛି ମୃତ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.