ବ୍ୟାଘ୍ରାମ୍ବରୀ ମଠ ଠାରେ “ଘୁମୁସର ର ସ୍ବର” ପକ୍ଷରୁ ୧୫୧ତମ ସାହିତ୍ୟ ଆଲୋଚନାଚକ୍ର ଓ ଗୁରୁପୂଜନ କାର୍ଯ୍ୟକ୍ରମ ।

0 86

ଭଞ୍ଜନଗର,୧୦/୦୭(ପିପିଟି):ପବିତ୍ର ଆଷାଢ଼ ମାସ ଗୁରୁ ପୁର୍ଣ୍ଣିମା ଅବସରରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ଘୁମୁସର ର ସ୍ବର ” ବାଲିପଦର ପକ୍ଷରୁ ୧୫୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର କରଚୁଲି ଗ୍ରାମର ବ୍ୟାଘ୍ରାମ୍ବରୀ ମଠ ଠାରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ମଠର ମଠାଧୀଶ ସ୍ବାମୀ ସତ୍ୟାନନ୍ଦ ଗିରୀଙ୍କୁ ଗୁରୁ ପୂଜନ ପୁର୍ବକ ଆଲୋଚନା ଚକ୍ରରେ ବରେଣ୍ୟ ଅତିଥି ଭାବେ କବି ଅନନ୍ତ କର, ଗୌରୀଶଙ୍କର ମିଶ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଧ୍ରୁବ ପାଣିଗ୍ରାହୀ, କବି ପଞ୍ଚାନନ ପଲାଇ, କବି କୃଷ୍ଣ ଚନ୍ଦ୍ର ଡାକୁଆ ଯୋଗଦେଇ ଗୁରୁ ପରମ୍ପରା ସମ୍ପର୍କିତ ବକ୍ତବ୍ଯ ପ୍ରଦାନ କରି ଥିଲେ। ଉତ୍ତର ପିଢ଼ି ପ୍ରତି କ୍ଷେତ୍ରରେ ଗୁରୁ ପରମ୍ପରା ଢାଞ୍ଚାରେ ଜୀବନ ଶୈଳୀ ବିତାଇବା ପାଇଁ ସଚେତନ ରହିଲେ ସମାଜର ମଙ୍ଗଳ ହୋଇ ପାରିବ ବୋଲି ଗୁରୁ ସ୍ବାମୀ ସତ୍ୟାନନ୍ଦ ଗିରୀ ପ୍ରବର୍ତ୍ତାଇ ଥିଲେ। ଶେଷରେ କୃଷ୍ଣ ଚନ୍ଦ୍ର ଡାକୁଆ ଧନ୍ଯବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.