ଭଞ୍ଜନଗର ୧୦/୦୭(ପିପିଟି) : ଗୁରୁବାର ମଧ୍ୟାହ୍ନରେ ଭଞ୍ଜନଗର ଉପଖଣ୍ଡ କେନ୍ଦୁପଦର ନିକଟ କେସରାପଲ୍ଲୀ ଛକ ରାସ୍ତା ଉପରେ ଏକ ତେଲ ଭର୍ତ୍ତି ଟ୍ୟାଙ୍କର ଓଲଟି ପଡ଼ିଥିଲା।ଏଥିରେ କେହି ଆହତ କିମ୍ବା ମୃତାହତ ହୋଇ ନଥିବା ସୂଚନା ମିଳିନାହିଁ । ଟ୍ୟାଙ୍କରଟି ବ୍ରହ୍ମପୁରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ବେଳେ ଭାରସମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଟ୍ୟାଙ୍କରରୁ କିଛି ପରିମାଣର ପେଟ୍ରୋଲ ଲିକ ହୋଇ ରାସ୍ତା ଉପରେ ପଡ଼ିଥିବା ପ୍ରତ୍ୟକ୍ଷ ଦର୍ଶୀ ମାନେ କହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରି ପ୍ରଧାନଙ୍କ ଓ ପୋଲିସ ଟିମ ଏବଂ ଦମକଳ ବାହିନୀ କର୍ମଚାରୀ ମାନେ ପହଞ୍ଚି ସେହି ରାସ୍ତା ଦେଇ ଯାଉଥିବା ଯାନବାହନ ଗୁଡ଼ିକୁ ସୁରକ୍ଷା କାରଣରୁ କିଛି ସମୟ ପାଇଁ ଅଟକାଇଥିବା ଜଣାପଡ଼ିଛି।ତେଲ ଭର୍ତ୍ତି ଟ୍ୟାଙ୍କରଟି କେଉଁ କାରଣରୁ ଓଲଟିଲା ତାହାର ସଠିକ କାରଣ ଜଣା ପଡି ନ ଥିଲେ ମଧ୍ୟ ଟ୍ୟାଙ୍କରଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଅନୁମାନ କରାଯାଉଛି।ହେଲେ ଏକ ବଡ଼ ଧରଣର ବିପଦରୁ ସମସ୍ତେ ବର୍ତ୍ତି ଯାଇଥିବା ଜଣାପଡିଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)