ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ନବାଗତଙ୍କ ସ୍ୱାଗତ ଉତ୍ସବ ।

0 107

କୋଦଳା,୧୦/୦୭(ପିପିଟି): ଗୁରୁବାର ପୂର୍ବାହ୍ନ୧୦:୩୦ ମିନଟ ସମୟରେ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କ ନିମନ୍ତେ ମହାବିଦ୍ୟାଳୟ ନୀତିନିୟମ ସମ୍ପର୍କେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ । ନବାଗତ ଛାତ୍ରଛାତ୍ରୀଙ୍କୁ ନୂତନ ପ୍ରଣୟନ ଶିକ୍ଷାନୀତି ସମ୍ପର୍କେ ବିଭିନ୍ନ ଉପାଦେୟ ତଥ୍ୟ ମହାବିଦ୍ୟାଳୟର ଅଧକ୍ଷ ଉପସ୍ଥାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗୀୟ ମୁଖ୍ୟ ରଞ୍ଜୁଵାଳା ନନ୍ଦ, ଇତିହାସ ବିଭାଗୀୟ ମୁଖ୍ୟ ବିନୋଦ କୁମାର ମିଶ୍ର, ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ରତ୍ନାକର ପ୍ରଧାନ, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଅପରାଜିତା ପାତ୍ର, ରାସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ମନୀଷା ପଟ୍ଟନାୟକଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂଯୋଜକ ଭାବେ ଗଣିତ ଅଧ୍ୟାପିକା ପ୍ରିୟଦର୍ଶିନି ସାହୁ ଓ ରାଜନୀତି ବିଭାଗ ଅଧ୍ୟାପକ ଲିପୁନ ମାଝୀ ନୂତନ ଶିକ୍ଷା ବ୍ୟବସ୍ଥା ସମ୍ପର୍କେ ବିଶଦ ବ୍ୟାଖ୍ୟା କରିଥିଲେ । ଆନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ସପନ କୁମାର ଦାଶଙ୍କ ଉପଯୁକ୍ତ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିସମାପ୍ତ କରାଗଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.