ରିଲିଜ ହେଲା ନୂଆ କମେଡ଼ି ଭିଡ଼ିଓ “ଝିଅ ମିଳୁନି”

0 410

ଭଞ୍ଜନଗର,୦୯/୦୭(ପିପିଟି) : କର୍ମମୟ ବ୍ୟସ୍ଥତା ଜୀବନରେ ଟିକିଏ ମନୋରଞ୍ଜନ ପାଇଁ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମକୁ ସବୁବର୍ଗର ଦର୍ଶକ ପସନ୍ଦ କରୁଥିବାରୁ ଦିନକୁ ଦିନ କମେଡ଼ି ଭିଡ଼ିଓର ଚାହିଦା ବଢ଼ିବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ୟୁନିକ ଆର୍ଟସ୍ ପ୍ରଡକ୍ସନ, ଭଞ୍ଜନଗର ବ୍ୟାନରରେ ପ୍ରଥମ କମେଡ଼ି ଭିଡ଼ିଓ “ଝିଅ ମିଳୁନି” ଆଜି ୟୁନିକ ଡ୍ୟାନ୍ସ ଏକାଡେମୀ ଠାରେ ମୁକ୍ତିଲାଭ କରିଛି।ବର୍ତ୍ତମାନ ସମାଜରେ ପୁଅ ଓ ଝିଅ ପାଇଁ ମନଲାଖି ପ୍ରସ୍ତାବଟିଏ ମିଳିବା କେତେଯେ କଷ୍ଟକର ତାହା ଉପରେ ଆଧାରିତ ବିଷୟବସ୍ତୁ ଏଥିରେ ରହିଛି।ଏହାର ରଚନା ଓ ନିର୍ଦ୍ଦେଶନା ମାଷ୍ଟର ପିଣ୍ଟୁ ବିଷୋୟୀ ଦେଇଥିବା ବେଳେ ଅଭିନୟରେ ଗଞ୍ଜାମ ଜିଲ୍ଲାର ବିଶିଷ୍ଠ ହାସ୍ୟ ଅଭିନେତା ଦୀପକଙ୍କ ସମେତ ପ୍ରମୋଦ,ରୋହିତ, ଶିବ, ଜେ.କେ ପଟ୍ଟନାୟକ,କୃଷ୍ଣ, ଜଗା,ପ୍ରସାଦ, ଜଗନ୍, ନାଲୁ,ପ୍ରେମାନନ୍ଦ, ସିତୁ,ଚିନୁ, ଲିପୁ, ଜନକ, ପ୍ରିୟା, ଆୟେଶା ଓ ତମନ୍ନା ରହିଛନ୍ତି।ସତ୍ୟ ସାଇ, ସିପୁ, ତ୍ରିଲୋଚନ ଓ ଅନ୍ୟମାନେ ଏଥିରେ ସହଯୋଗ କରିଛନ୍ତି।ଅତିଶୀଘ୍ର ଏହାର ଦ୍ଵିତୀୟ ଭାଗ ସୁଟିଙ୍ଗ ଆରମ୍ଭ ହେବ ବୋଲି ଆୟୋଜକ କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.