ବାହାଡାପଦର ନୋଡାଲ ହାଇସ୍କୁଲରେ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ ।

0 37

ଭଞ୍ଜନଗର, ୦୮/୦୭(ପିପିଟି):ନୋଡାଲ ହାଇସ୍କୁଲ ବାହାଡାପଦର ଠାରେ ୭୬ତମ ବନମହୋତ୍ସବ ପ୍ରଧାନ ଶିକ୍ଷକ ସିଦ୍ଧlର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୋଟାରୀ କ୍ଳବ ଭଞ୍ଜନଗରର ସଭାପତି ରୋଟାରୀୟାନ ରଂଜିତ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି, ପ୍ରାକ୍ତନ ସମ୍ପାଦକ ରାମ ଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଜଗବନ୍ଧୁ ଜେନା, ରେଞ୍ଜର ବିମ୍ବାଧର ସାହୁ, ଫରେଷ୍ଟର ବବୁଲ ସେଠି, ସଂଗୀତା ପଟ୍ଟନାୟକ, ଅନୁପମ ବାନାର୍ଜୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା, ନେତାଜୀ ବିଷୋୟୀ, ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ,ମେଜର ମହେନ୍ଦ୍ର କୁମାର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାଶ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ, ବିଶ୍ୱମ୍ବର ଜେନା ଅତିଥିଭାବେ ଯୋଗଦେଇ ବନମହୋତ୍ସବ ଉପରେ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷର ଉପାଦେୟତା ଉପରେ ସଚେତନତାଧର୍ମୀ ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରଫେସର କୃତିବାସ ବିଶ୍ୱାଳ ଶୁଭ ଉଦଘାଟନ କରିବା ପରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ରୋଟାରୀ କ୍ଳବ ସଭାପତି ଶ୍ରୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବନବିଭାଗର ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ ଅନୁପମ ବାନାର୍ଜୀ ଛାତ୍ରଛାତ୍ରୀ ସହ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ପରିଚାଳନା କରି ସେମାନଙ୍କୁ ଉତ୍ସାହିତ ସହ ପୁରସ୍କୃତ କରିଥିଲେ । ଅନ୍ୟତମ ଅତିଥି ନେତାଜୀ ବିଷୋୟୀଙ୍କ ସହଯୋଗରେ ଗ୍ରାମବାସୀଙ୍କୁ ୪ଶହ ଚାରା ବଣ୍ଟନ ଏବଂ ଅତିଥିମାନଙ୍କ ଦ୍ୱାରା ୫୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସବୁଜ ବାହିନୀ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ, ସ୍କାଉଟ ଓ ଗାଇଡ଼ ଶିକ୍ଷକ ହୃଷିକେଶ ନlୟକଙ୍କୁ ବନବିଭାଗ, ରୋଟାରୀ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ l ଶେଷରେ ବନରକ୍ଷୀ ସଂଗୀତା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.