‘ଟୁକୁନା ପ୍ରଧାନ’ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର।

0 197

କୋଦଳା,୦୭/୦୭(ପିପିଟି): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ପଞ୍ଚାୟର ନୂଆଗଡ ଗ୍ରାମର ଯୁବ ସମାଜ ସେଵୀ, ବେଗୁନିଆପଡା ସମ୍ବାଦ ସାହିତ୍ୟଘର ସଦସ୍ୟ, ଜୀବନ ଧାରା ଅନୁଷ୍ଠାର ସକ୍ରିୟ ସଦସ୍ୟ ତଥା ଜୀବନ ଦ୍ଵିତୀ ଏଜୁକେଶନାଲ ଚାରିଟେବଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଟୁକୁନା ପ୍ରଧାନ ଆଜି ବନ ମହୋତ୍ସବ ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ସିନ୍ଦୁର ପଲ୍ଲୀ ସ୍ଥିତ ସୁନ୍ଦର ବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଥିବା ବେଳେ ବେଗୁନିଆପଡା ବ୍ଲକରୁ ଶ୍ରୀ ପ୍ରଧାନ ଏହି ପୁରସ୍କାର ପାଇଛନ୍ତି। ବରିଷ୍ଠ ଶିକ୍ଷକ ଶଙ୍କର ନାରାୟଣ ବେଜଙ୍କ ପରିଚାଳନା ଏବଂ ଡ଼ି ଏଫ ଓ ସନି ଖୋକରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆର ସି ସି ଏଫ ଡ଼ଃ ବିଶ୍ଵନାଥ ନିଳାମ୍ବର ଯୋଗଦେଇଥିବା ବେଳେ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଳ, ବ୍ରହ୍ମପୁର ସାଉଥ ଡ଼ି ଏଫ ଓ ବିପାସ ପାଉଲ୍,ଘୁମୁସର ଡ଼ି ଏଫ ଓ ଉତ୍ତର ବନ ଖଣ୍ଡ ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିବା ସହ ଚାରା ରୋପଣ ଦିଗରେ ସମସ୍ତେ ବ୍ରତ କରିବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମରେ ବହୁ ବୃକ୍ଷପ୍ରେମୀ ଯୋଗଦେଇଥିଲେ। ଟୁକୁନା ପ୍ରଧାନ ୭୦୦୦ ରୁ ଅଧିକ ଗଛ ଲଗାଇବା ସହ ବୃକ୍ଷ ରୋପଣ ଦିଗରେ ସଚେତନତା ସୃଷ୍ଟି ସହ ରକ୍ତ ଦାନ ଉପରେ ସଚେତନତା ସୃଷ୍ଟି କରିବାରେ ତାଙ୍କ ଅବଦାନ ରହିଛି। ଏ ନେଇ ତାଙ୍କୁ ଶୁଭେଛୁଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

 

 

Leave A Reply

Your email address will not be published.