ସାଙ୍କୁଡ଼ାରେ ବନ ମହୋତ୍ସବ ପାଳିତ ।

0 246

କୋଦଳା୦୭/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଧବଳେଶ୍ଵର ବିଦ୍ୟାପୀଠ ସାଙ୍କୁଡା ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦେବରାଜ ମହାପାତ୍ରଙ୍କ ପୌରହିତ୍ଯ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁମଣ୍ଡଳ ବନ ବିଭାଗର କର୍ମକର୍ତ୍ତା, ସମିତି ସଭ୍ୟା ଜୟନ୍ତୀ ସ୍ବାଇଁ, ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇ ବନ ମହୋତ୍ସବର ପାଳନ ସଂପର୍କରେ ଆଲୋଚନା କରିଥିଲେ । ଇକୋ କ୍ଳବ ସଂଯୋଜକ ଶିକ୍ଷକ ନୀଳକଣ୍ଠ ଦାଶଙ୍କ ତତ୍ତ୍ବାବଧାନ ରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ‘ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଇକୋ କ୍ଳବ, ସ୍କାଉଟ ଗାଇଡ ସଦସ୍ଯଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ,କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା । ଗତ ବର୍ଷର ଇକୋ କ୍ଳବ ସଦସ୍ଯ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.