CITU ତରଫରୁ ଆଶା କର୍ମୀଙ୍କ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ।

0 214

ବୋଲଗଡ ,୦୪/୦୭(ପିପିଟି):ଓଡିଶା ଆଶା କର୍ମୀ ଆସୋସିଏସନ ରଣପୁର ବ୍ଲକ କମିଟି ତରଫରୁ CITU ନେତୃତ୍ୱ ରେ ସଂଗଠନ ର ତୃତୀୟ ବ୍ଲକ ସମ୍ମିଳନୀ ରଣପୁର ଗୋଡିପାଟଣା ସାହି ସ୍ଥିତ ଶହୀଦ ରଘୁ ଦିବାକର ଭବନ ଠାରେ ଆଜି ମଧ୍ୟାହ୍ନରେ ସାଥୀ ଜାମିନି ରାଣୀ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନ ର ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ବ୍ଲକ ସଭାପତି ଉତ୍ତୋଳନ କଲା ପରେ ସହିଦବେଦିରରେ ମାଲ୍ୟାର୍ପଣ ପରେ ଶହୀଦ ଙ୍କ ପ୍ରତି ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ସାଥୀ ଜାମିନି ରାଣୀ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ମିଳନୀ କୁ ରାଜ୍ୟ ଉପ ସଭାପତି ସୁରେଶ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ, କୃଷକ, କର୍ମଚାରୀ ତଥା ଜନ ବିରୋଧି ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ସରକାର ଙ୍କ ଶ୍ରମିକ ଆଇନ ପରିବର୍ତ୍ତେ ଶ୍ରମିକ ବିରୋଧି ୪ ଟି ଶ୍ରମକୋଡ଼ କୁ ସରକାର ତୁରନ୍ତ ବାତିଲ କରିବାକୁ ଦାବୀ କରିଥିଲେ। କେନ୍ଦ୍ର ମୋଦୀ ସରକାର ଙ୍କ ଆକାଶ ଛୁଆଁ ଦରଦାମ ବୃଦ୍ଧି, ଅମାନିଆ ଶ୍ରମିକ ସ୍ୱାର୍ଥ ଓ ଜନ ବିରୋଧି ନୀତି କୁ ଲଗାମ ଦେବା ଓ ଦେଶରେ ଗଣତନ୍ତ୍ର କୁ ରକ୍ଷା କରିବା ପାଇଁ ଆଗାମୀ ୯ ଜୁଲାଇ ସାଧାରଣ ଧର୍ମଘଟ ରେ ସମସ୍ତ ଆଶା କର୍ମୀ ସାମିଲି ହେବାକୁ ଆହ୍ୱାନ ଦେଇଥିଲେ। ଏହି ସମ୍ମିଳନୀ ରେ ଉପସ୍ଥାପିତ ସାଙ୍ଗଠନିକ ରିପୋର୍ଟ ଉପରେ ସାଥୀ ମାନେ ଆଲୋଚନା କରିଥିଲା ବେଳେ ଉପସ୍ଥିତ ଅତିଥି ଓ ଭାତୃ ପ୍ରତିମ ସଂଗଠନ ର ନେତୃତ୍ୱ ମାନେ ସମ୍ମିଳନୀ ର ସଫଳତା କାମନା କରିଥିଲେ। ସମ୍ମିଳନୀରେ ୬ଟି ସେକ୍ଟରର କମିଟି ଗଠନ ସହ ବ୍ଲକ କମିଟି ର ସଭାପତି ଭାବେ ମଞ୍ଜୁଲତା ପ୍ରଧାନ, ସମ୍ପାଦକ ଭାବେ ସଞ୍ଜୁଲତା ପରିଡା, କୋଷାଧ୍ୟକ୍ଷ ଭାବେ କମଳା ବେହେରା ନିର୍ବାଚିତ ହୋଇଥିଲା ବେଳେ ଉପସଭାପତି ଭାବେ ଜାମିନି ରାଣୀ ବେହେରା, ସ୍ମୃତି ରେଖା ସେନାପତି ଓ ରଞ୍ଜୁଲତା ବେହେରା ନିର୍ବାଚିତ ହୋଇଥିଲା ବେଳେ ଯୁଗ୍ମ ସମ୍ପାଦିକା ଭାବେ ଝରଣା ପରିଡା, ମିନତୀ ଭୁଜୁବଳ, ନୀଲନ ପ୍ରଭା ମହାରଣା ଓ ସରୋଜିନୀ ସାହୁ ପ୍ରମ୍ମୁଖ ନିର୍ବାଚିତ ହୋଇଥିଲା ବେଳେ ଏକ ୨୦ ଜଣିଆ ବ୍ଲକ କମିଟି ଗଠନ କରାଯାଇଛି। ଏହି ସମ୍ମିଳନୀ ରେ ଆଶା କର୍ମୀଙ୍କ ଜିଲ୍ଲା ନେତ୍ରୀ ସଂଯୁକ୍ତା ସେଠୀ,ବାମପନ୍ଥୀ ନେତା ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା,କାଳନ୍ଦୀ ନାୟକ,ମଙ୍ଗୁଳି ରାଉତ,ପ୍ରତଭା ବେହେରା, ମିନା ବେହେରା ଓ ସରୋଜିନୀ ସାହୁ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.