ରୁମାଗଡ଼ ଉଚ୍ଚବିଦ୍ୟାଳୟରେ ୭୬ତମ ବନମହୋତ୍ସବ ସପ୍ତାହ ପାଳନ ।

0 171

ପୋଲସରା ,୦୪(ପିପିଟି) : ରୁମାଗଡ଼ ଗ୍ରାମପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ତା ୦୪/୦୭/୨୦୨୫ ରିଖ ଦିନ ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ପୋଲସରା ବନାଞ୍ଚଳ(ଦକ୍ଷିଣ ଘୁମୁସର ବନଖଣ୍ଡ, ଭଞ୍ଜନଗର) ଙ୍କ ଆନୁକୁଲ୍ୟରେ ବନାଞ୍ଚଳ ସ୍ତରୀୟ ୭୬ ତମ ବନମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ,ମୁଖ୍ୟ ଅତିଥି ଭାବେ ପୋଲସରା ବନାଞ୍ଚଳ ରେଞ୍ଜର ଅନିଲ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ରୁମାଗଡ଼ ସରପଞ୍ଚ ଜିତୁ ବିଷୋୟୀ, ପୋଲସରା ବନସୁରକ୍ଷା ସମିତିର ଅଧ୍ୟକ୍ଷ ଶ୍ରୀଧର ମିଶ୍ର,ଓଡିଶା ସରକାରଙ୍କ ତରଫରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ସୁକାନ୍ତ କୁମାର ଦାଶ, ସମାଜସେବୀ ମିହିର କୁମାର ରାଉତ,ଫରେଷ୍ଟର ମୁନା ଦାଶ,ଶିକ୍ଷକ ପ୍ରଫୁଲ ଜେନା, ଦେବରାଜ ଦଳେଇ,ଫରେଷ୍ଟ ଗାର୍ଡ କାର୍ତ୍ତିକ ସାହୁ,ସୁରେନ୍ଦ୍ର ସାହୁ,ପିଣ୍ଟୁ ବିଷୋୟୀ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ରେ ଔଷଧୀୟ ବୃକ୍ଷ୍ୟ ସମେତ ବିଭିନ୍ନ ମୂଲ୍ୟବାନ ବୃକ୍ଷ୍ୟ ଚାରା ରୋପଣ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.