ଚାନ୍ଦବାଲି ମେଡିକାଲ୍ ଭିତରେ ବର୍ଷା ପାଣି, ରୋଗୀଙ୍କ ସହ ଡାକ୍ତର ହେଉଛନ୍ତି ହନ୍ତ ସନ୍ତ।

0 220

ଚାନ୍ଦବାଲି,୦୨/୦୭: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୫ ତାଲା ବିଶିଷ୍ଟ ଏହି ମେଡିକାଲ୍ ଶିଡ଼ିରେ ପାଣି ଖସିବା କାରଣରୁ ରୋଗୀ ସେବା ବାଧା ପ୍ରାପ୍ତ ହେବା ସହିତ ମେଡିକାଲ୍ ଉପରୁ ତଳ ପର୍ଯ୍ୟନ୍ତ ସବୁଠି ବର୍ଷା ପାଣି। ମେଡ଼ିକାଲ ଭିତରେ ବର୍ଷା ପାଣି ପାଇଁ ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସମସ୍ତେ ନାକେଦମ୍ ହୋଇ ଗଲେଣି। ପୂର୍ବ ସରକାର ସମୟରେ ଆମ ଡାକ୍ତରଖାନା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ। ତେବେ ମେଡିକାଲ୍ କାର୍ଯ୍ୟଟି ସମୂର୍ଣ ହୋଇନଥିବା ବେଳେ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବରେ ଉକ୍ତ ମେଡିକାଲକୁ ଉଦ୍‌ଘାଟନ କରାଯାଇଥିଲା । ଉଦ୍‌ଘାଟନ ପରେ ମେଡ଼ିକାଲଟି କାର୍ଯ୍ୟକ୍ଷମ ହେଲା ସତ ମାତ୍ର ଉପର ମହଲା କାର୍ଯ୍ୟ ସମ୍ପୂର୍ଣ ହୋଇ ନଥିବା କାରଣରୁ ଏବେ ମେଡିକାଲ୍ ଛାତରୁ ବର୍ଷା ପାଣି ଖସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ବର୍ଷା ହେବା ମାତ୍ରେ ଉପର ମହଲାରୁ ଶିଡି ବାଟ ଦେଇ ସିଧା ସଳଖ ଗ୍ରାଉଣ୍ଡ ଫ୍ଲୋରକୁ ପାଣି ଖସିବା କାରଣରୁ ରୋଗୀ ମାନେ ଶିଢିରେ ଯାତାୟତ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ଦୀର୍ଘ ସମୟ ଧରି ବର୍ଷା ହେବା ଫଳରେ ମେଡିକାଲ୍ ପରିସରରେ ସମ୍ପୂର୍ଣ ପାଣି ଜମି ରହିବା କାରଣରୁ ରୋଗୀ ସେବା ଏକ ପ୍ରକାର ବାଧା ପ୍ରାପ୍ତ ହେବା ସହିତ ଅଧିକାଂଶ ଲୋକେ ଶିଢିରୁ ପଡ଼ି ଯାଉଥିବା ମଧ୍ଯ ଅଭିଯୋଗ ହୋଇଛି। ତେବେ ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ବର୍ଷା ଋତୁ ପୁର୍ବରୁ ଯଦି ଏହି ସମସ୍ୟାର କୌଣସି ସମାଧାନ କରାନଯାଏ ତାହେଲେ ଆଗାମୀ ଦିନରେ ସ୍ବାସ୍ଥ୍ୟ ସେବା ଆହୁରି ବିପର୍ଯ୍ୟସ୍ତ ହେବା ସହିତ ମେଡ଼ିକାଲକୁ ଆସୁଥିବା ଥିବା ଲୋକେ ଯେ ଶିଢିରୁ ଖସି ମୃତ୍ୟୁ ବରଣ ନକରିବେ ତାହା କହିହେବ ନାହିଁ। ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ କିଭଳି ଏହାର ସ୍ଥାୟୀ ସମାଧାନ କରିହେବ ସେଥିପ୍ରତି ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଚାନ୍ଦବାଲିବାସୀ ଦାବି କରିଛନ୍ତି।

Leave A Reply

Your email address will not be published.