ବର୍ତ୍ତମାନର ଆଧୁନିକତାରେ ଶଗଡ଼ ଗାଡ଼ିର ବିରଳ ବ୍ୟବହାର ।

0 233

ଖୋର୍ଦ୍ଧା,୦୧/୦୭(ପିପିଟି) :ସୃଷ୍ଟି ଆରମ୍ଭରୁ ମଣିଷ ଶଗଡ଼ ଗାଡ଼ିର ବ୍ୟବହାର ଜାଣିନଥିଲା ପାହାଡ଼ରୁ ପଥର ଓ କାଠଗଣ୍ଡି ଗଡ଼େଇବାକୁ ଅନୁକରଣ କରି ଚକର ଉଦ୍ଭାବନ କଲା । ଚକର ଉଦ୍ଭାବନ ପରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଜିନିଷ ସ୍ଥାନାନ୍ତର କରିବାରେ ଚକର ବ୍ୟବହାର କରାଗଲା। କାଠ ଦ୍ୱାରା ନିର୍ମିତ ଗାଡ଼ିରୁ କାଳକ୍ରମେ ଉନ୍ନତିକରଣ କରାଯାଇ ଶଗଡ଼ର ବ୍ୟବହାର କରାଗଲା। କେତେକ ସ୍ଥାନରେ ଏହି ଶଗଡ଼ ଗାଡ଼ିକୁ ବଳଦ , ପଣ୍ଡା ଓ ଘୋଡ଼ାମାନେ ଟାଣିବାର ଦେଖାଯାଉଛି । ଏହାପରେ କୃଷିକାର୍ଯ୍ୟ ରେ ସହାୟକ ହେଲା । କାଳକ୍ରମେ କାଠ ଉପରେ ଅନିକିଳି , ତୁମ୍ବ , ଅର , ପହି , ଦଣ୍ଡା , ଝୁରାଡିହ ଭଳି ଅନେକ ଲୁହାର ଉପକରଣ ଖଞ୍ଜି ଦିଆଗଲା। ଶଗଡ଼କୁ ବ୍ୟବହାର କରି ଧାନ , କାଠ , ପଥର ଓ ପନିପରିବା ପରିବହନ କରିବା ସହିତ ଶଗଡ଼ରେ କାଠ ଗୁଡ଼ି ଲଗାଇ ନବବଧୁ ମାନଙ୍କୁ ଶାଶୁରାଳୟ ନବା ପର୍ଯ୍ୟନ୍ତ ଗୁଡ଼ି ଶଗଡ଼ ର ବ୍ୟବହାର କରାଯାଉଥିଲା। ଶଗଡ଼ ଗାଡ଼ିର ବ୍ୟବହାର ଫଳରେ ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ର ସମ୍ଭାବନା ନଥିଲା । ବର୍ତ୍ତମାନ ଯୁଗରେ ଯନ୍ତ୍ର ଗାଡ଼ିର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ହେବା ସହିତ ବହୁ ମାତ୍ରାରେ ଦୁର୍ଘଟଣା ଜନିତ ଜୀବନହାନି ଅତି ସଂଖ୍ୟାରେ ବଢ଼ି ଚାଲିଛି । ଏପରିକି ଶଗଡ଼ର ଦୃଷ୍ଟି ଗୋଚର ଆଜିର ସମାଜରେ ହେଉନାହିଁ । ତେଣୁ ପରବର୍ତ୍ତୀ ପିଢ଼ି ଏହାକୁ ବାସ୍ତବରେ ଦେଖିବେ ନା ଚିତ୍ରରେ ଦେଖିବେ ବୋଲି ଏହା ବୁଦ୍ଧିଜୀବୀ ମାନଙ୍କର ମତ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.