ବେଗୁନିଆପଡ଼ା,୩୦/୦୬(ପିପିଟି): ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତର ନୂଆଁଗାଁ ପଣେଷେଇ ଠାକୁରାଣୀ ମନ୍ଦିର ପାଚେରୀ ନିର୍ମାଣ ପାଇଁ ପଞ୍ଚାୟତ ପାଣ୍ଠିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୬୭୧୬୩ ଟଙ୍କାରେ ନିର୍ମାଣ କରାଯାଇଥିଲା। କିନ୍ତୁ ନିର୍ମାଣ କାର୍ଯ୍ଯ ଅତି ନିମ୍ନମାନର ହୋଇଥିବାରୁ ସାମାନ୍ଯ ବର୍ଷ ଯୋଗୁଁ ଠାକୁରାଣୀ ମନ୍ଦିର ପାଚେରୀ କିଛି ଦିନ ତଳେ ଭୁଷୁଡି ପଡିଛି। କରିତକର୍ମା ଯନ୍ତ୍ରୀଙ୍କ କାର୍ଯ୍ଯ ଶୈଳୀ ଚର୍ଚ୍ଚାର ବିଷୟ ପାଲଟିଛି। ନିମ୍ନମାନର କାର୍ଯ୍ଯର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।