ରଥ ଯାତ୍ରାରେ ଚରମ ବିଶୃଙ୍ଖଳା–ସିପିଆଇ (ଏମ-ଏଲ)ଲିବାରେସନ ।

0 228

ଭୁବନେଶ୍ୱର,୨୯/୦୬(ପିପିଟି): ଶାନ୍ତି ଶୃଙ୍ଖଳାର ସହ ଏବର୍ଷ ରଥ ଯାତ୍ରା ସମାପନ କରିବା ପାଇଁ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପାଖରୁ ବହୁଳ ପ୍ରସ୍ତୁତି ଓ ପ୍ରଚାର କରାଯାଇଥିଲା। ହେଲେ ଚରମ ବିଶୃଙ୍ଖଳାରେ ରଥ ଟଣା ଶେଷ ହେଲା,ଏହା ଓଡିଶା ବାସୀଙ୍କୁ ବ୍ୟଥିତ କରିଛି। ରଥ ଟଣାରେ ବିଳମ୍ବ, ଦଳୀୟ କର୍ମୀଙ୍କୁ ଅତ୍ୟଧିକ ପାସ ଦେବା, ରଥ ଉପରକୁ ମୋବାଇଲ ଫୋନ୍ ବନ୍ଦ ନ କରିବା, ସାମ୍ବାଦିକ ମାନଙ୍କୁ ପୋଲିସର ଅତ୍ୟାଚାର,ରଥ ଚାରିପଟେ ଓ ବଡ଼ ଦାଣ୍ଡରେ କଡାକଡି ଶୃଙ୍ଖଳାକୁ ପାଳନ ନ କରିବା ଯୋଗୁଁ ଏଭଳି କାଣ୍ଡ ଘଟିଲା ଓ ଦଳା ଚକଟାରେ ମୃତାହତଙ୍କ ସଂଖ୍ୟା ବଢିଗଲା। ଏଥି ପାଇଁ ସରକାର ଓ ପ୍ରଶାସନ ଦାୟୀ । ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଦେଇ,ବିଶୃଙ୍ଖଳାକୁ ଜଗନାଥଙ୍କ ଇଛା ବୋଲି କହିବା ଦାୟିତ୍ୱ ହୀନତା ଛଡା ଅନ୍ୟ କିଛି ନୁହେଁ। ସିପିଆଇ (ଏମ-ଏଲ)ଲିବେରେସନ ଏହାକୁ ଘୋର ନିନ୍ଦା କରିବା ସହ ବିଚାର ବିଭାଗୀୟ ତଦନ୍ତ କରି ଦୋଷୀକୁ କଠିନ ଦଣ୍ଡ ଦେବାକୁ ଦାବି କରିଛି ।

Leave A Reply

Your email address will not be published.