ବିଜେଡି ସୋସିଆଲ ମିଡ଼ିଆ ପିଲାକୁ ବିନା କାରଣରେ ଘରୁ ଟେକି ନେଇ ମାଡ଼ ।

0 252

ଯାଜପୁର,୨୭/୦୬(ପିପିଟି):ସୀମା ପାର କଲେ କାଲିଆପାଣି ଥାନାର ଥାନା ଅଧିକାରୀ ଶିବ ଚରଣ ବେହେରା । ବିଜୁ ଜନତା ଦଳ ର ସୋସିଆଲ ମିଡ଼ିଆ କର୍ମୀ ସିଦ୍ଧାର୍ଥ ବେହେରାକୁ ଘରୁ ଟେକି ନେଇ ଥାନା ଗେଟ ରେ ତାଲା ପକେଇ ୪ ଘଣ୍ଟା ନିର୍ଧୁମ ମାଡ଼ ମାରି ରକ୍ତ କରିବା ପରେ ବିଜେପି କର୍ମୀଙ୍କୁ ଥାନାକୁ ଡାକି ସିଦ୍ଧାର୍ଥ ନାମରେ ଏକ ମିଛ ଏତଲା ଦିଆ ଯାଇଥିବା ଘଟଣା ଏବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ପୋଲିସ ମାଡ଼ ରେ ଗୁରୁତ୍ୱର ଆହତ ହୋଇ ଏବେ ଚିକିତ୍ସା ସୁକିନ୍ଦା ଗୋଷ୍ଠୀ ସୁସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି ସିଦ୍ଧାର୍ଥ ବେହେରା । ଖବର ଅନୁଯାଇ ଆଜି ଅର୍ଥାତ ଶୁକ୍ରବାର ସିଦ୍ଧାର୍ଥ ଗାଧେଇ ସାରି ଖାଇବାକୁ ବସିଥିବା ବେଳେ ହଠାତ ପୋଲିସ ରଂସୋଳ ସ୍ଥିତି ସିଦ୍ଧାର୍ଥ ବେହେରାଙ୍କ ଘରେ ଦିନ ୧୧ ଟା ସମୟ ପହଞ୍ଚି କବାଟ ବାଡେଇଥିଲା । ସିଦ୍ଧାର୍ଥ ମା କବାଟ ଖୋଲିବାରୁ କାଳିଆପାଣି ଥାନାର ଥାନା ଅଧିକାରୀ ସିଦ୍ଧାର୍ଥଙ୍କ ମା ଙ୍କୁ ଧକା ମାରି ଘର ଭିତରେ ପସି ଖାଇ ବସିଥିବା ସିଦ୍ଧାର୍ଥକୁ ମାଡ଼ି ବସିଥିଲା । ପରିବାର ଲୋକ ଏ ନେଇ ପୋଲିସ କୁ ପ୍ରଶ୍ନ କରିବା ସହ କେଉଁ କାରଣ ପାଇ ତାଙ୍କ ପୁଅକୁ ଗିରଫ ହେଉଛି ଏହାର ଓରେଣ୍ଟି ମାଗିବାରୁ ଆଇଆଇସି ସମସ୍ତଙ୍କୁ ଗୁଳି କରିବର ଧମକ ଦେଇ ଯୋର କରି ସିଦ୍ଧାର୍ଥକୁ କାଳିଆପାଣି ଥାନାକୁ ଆଣି ଥାନା ବାହାର ଗେଟକୁ ତାଲା ମାରି ଥାନା ଭିତରେ ନିଧୂର୍ମ ମାଡ଼ ମାରି ସିଦ୍ଧାର୍ଥକୁ ରକ୍ତତଃ କରି ଦେଇଥିଲେ ଏହି ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ପହଞ୍ଚି ସିଦ୍ଧାର୍ଥ ସ୍ୱାସ୍ତ୍ୟ ଅବସ୍ଥା ବୁଝିବା ସହିତ କଟକ ବଡ଼ ମେଡ଼ିକାଲ ପଠାଇବା ବ୍ୟବସ୍ତା କରିଥିଲେ ଏହା ପୂର୍ବରୁ ସାଧାରଣ ଲୋକଙ୍କୁ ଅସମ୍ମାନୀତ କରୁଛନ୍ତି କାଳିଆପାଣି ଥାନାଧିକାରୀ ।ନିର୍ବାଚିତ ଜନ ପ୍ରତିନିଧିଙ୍କୁ ବି ସମ୍ମାନ ଦେଉ ନାହାଁନ୍ତି । ଜାତି ନାଁ ଧରି ଗାଳିଗୁଲଜ ମଧ୍ୟ କରୁଛନ୍ତି । ନିଜେ ଥାନାଧିକାରୀ ବିଜେପିର ଗୁଣ୍ଡା ସାଜିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଭାଇ ହୋଇଥିଲା ବେଳେ ସୁକିନ୍ଦାର ଆଦିବାସୀ ମାନଙ୍କୁ ଅସମ୍ମାନୀତ କରିବାର ଅଧିକାର ଥାନା ଅଧିକାରୀଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିବା ସହିତ କାଳିଆପାଣି ଥାନା ଅଧିକାରୀ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଯଦି ସେ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଖଣି ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି କହିବା ସହିତ ଏଥିପାଇଁ ୨୪ ଘଣ୍ଟାର କଣ୍ଟ ଦେଇଥିଲେ ବାକି ରହିଲା ଏହା ପରେ ପ୍ରୀତିରଞ୍ଜନଙ୍କ ଆଗାମୀ ପଦକ୍ଷେପ କଣ ରହିବ ତାହାକୁ ଅପେକ୍ଷା ।

Leave A Reply

Your email address will not be published.