ବ୍ରହ୍ମପୁର,୨୪/୦୬:ଗତ କିଛି ଦିନ ହେବ ଶେରଗଡ଼ ସମେତ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଆଇନ ଶୃଙ୍ଖଳା ପରିସ୍ଥିତି ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଚୋରି,ରାହାଜାନୀ,ଚୋରା ଗଞ୍ଜେଇ ଚାଲାଣ,ଚୋରା ମଦ ଓ କାଠ କାରବାର ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଏହା ଏକ ପ୍ରମୁଖ ଅଞ୍ଚଳ ହୋଇଥିବା ବେଳେ ଏଠି ଜଣେ ଦକ୍ଷ ଥାନାଧିକାରୀ ନରହିଲେ ଧୀରେ ଧୀରେ ଶେରଗଡ଼ ଏକ ହିଂସାତ୍ମକ ଓ ଅପରାଧପ୍ରବଣ ଅଞ୍ଚଳ ଭାବରେ ଅଳ୍ପ କେଇଦିନ ମଧ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏଠି ପୁଲିସର ପେଟ୍ରୋଲିଂ ସଠିକ ଢଙ୍ଗରେ କରାଯାଉଥିବା ଆଲୋଚନା ହେଉଛି । ଶେରଗଡ ଅଞ୍ଚଳରେ ସୁରକ୍ଷିତ ଭାବେ ଜୁଆ ଆଡ୍ଡା ଚାଲୁଥିବାବେଳେ ଗୋ ଚାଲାଣ ମଧ୍ଯ ବୃଦ୍ଧି ପାଉଛି। ପୁଲିସ ପେଟ୍ରୋଲଂ ସହିତ ଅପରାଧିଙ୍କ ଗତିବିଧି ଉପରେ ନଜର ରଖି କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ହେଉଛି ।