ଇନଷ୍ଟାଗ୍ରାମରେ ବନ୍ୟଜନ୍ତୁ ମାଂସ ଭାଇରାଲ ମହଙ୍ଗା ପଡିଲା;ଦୁଇ ଯୁବକ ଗିରଫ ।

0 194

ହରଭଙ୍ଗା,୨୫/୦୬:ଇନଷ୍ଟାଗ୍ରାମରେ ବନ୍ୟଜନ୍ତୁ ମାଂସ ଖାଇବା ଫଟୋ ଭାଇରାଲ ମହଙ୍ଗାପଡିଛି । ଏହି ଘଟଣାର ଖୋଲତାଡ କରି ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ମାଧପୁର ବନ ବିଭାଗ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଗତ ୧୪ ,୧୬ ଏବଂ ୨୦ ତାରିଖରେ ହରଭଙ୍ଗା ଥାନା ଅର୍ନ୍ତଗତ ଗଣ୍ଡିସର ଗ୍ରାମର ଯୁବକ ବିକ୍ରମ ନାୟକ(୨୦) ନିଜ ଇନଷ୍ଟାଗ୍ରାମରେ ଜଙ୍ଗଲୀ ବାରହାମାଂସ ସହିତ ସମ୍ବର ମାଂସ ରୋଷେଇ କରୁଥିବା ଭି.ଡି.ଓ ଭାଇରାଲ କରିଥିଲା । ଏହା ପରେ ଆଳୁ ଖୋଳୁ ଖୋଳୁ ମହାଭାରତ ଭଳି ବନ ବିଭାଗ ଖୋଳତାଡ କରି ଜଙ୍ଗଲୀ ଜନ୍ତୁ ମାଂସ ଘରେ ରଖିବା ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ଜଙ୍ଗଲ ଅପରାଧକୁ ବୃଦ୍ଧି କରିବା ଘଟଣାରେ ଗତ ୨୩ତାରିଖ ପ୍ରଥମେ ବିକ୍ରମ ନାୟକଙ୍କୁ ବନବବିଭାଗ ଗିରଫ କରିଥିଲା । ଏହାର ଖୋଳତାଡ ପରେ ଆଜି ଜଙ୍ଗଲୀ ଜନ୍ତୁ ମାଂସ ବିକ୍ରୀକରୁଥିବା ଅଭିଯୋଗରେ ଅନ୍ୟ ଅଭିଯୁକ୍ତ ହରଭଙ୍ଗା ଥାନା ତଳଗାଁ ଗ୍ରାମର ସୌମ୍ୟରଞନ ଯାନୀ(୨୪)ଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିବା ମାଧପୁର ରେଞ ଅଫିସର ଆଶିକ ଦିଗାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.