ନିଶା ପାଇଁ ବ୍ୟବହୃତ ମେଡ଼ିସିନ ସ୍ପିରିଟ ଜବତ,କାର ସହିତ ଦୁଇ ଗିରଫ ।

0 212

କୋଦଳା,୨୫/୦୬(ପିପିଟି):ବେଗୁନିଆପଡା ପୋଲିସ ନିଶା କାରବାର ରେ ବ୍ୟବହୃତ ହୋମିଓ ସ୍ପିରିଟ ଜବତ କରିବା ସହିତ ଗାଡି ଓ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି । ସୂଚନା ପ୍ରକାରେ ବ୍ରହ୍ମପୁର ଠାରୁ ଏକ କାର ଯୋଗେ ବେଗୁନିଆପଡା ଅଞ୍ଚଳକୁ ସ୍ପିରିଟ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ନିଜର ଟିମକୁ ନେଇ ବେଗୁନିଆପଡା ପେଟ୍ରୋଲ ଟାଙ୍କି ନିକଟରେ କାରକୁ ଅଟକାଇ ସେଥିରେ ଥିବା ୯୪ ବୋତଲ ହୋମିଓ ସ୍ପିରିଟ ବୋତଲ ଜବତ କରି କାର ସହ ଏଥିରେ ଜଡିତ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।ଏହା ଦୀର୍ଘଦିନ ଧରି ଚାଲିଥିବା ବେଳେ ନିଶା କାରବାରରେ ଏହା ବ୍ୟବହୃତ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.