କନକଦୁର୍ଗା ବିଦ୍ୟାପୀଠରେ ବିଶ୍ଵ ଯୋଗ ଦିବସ ପାଳନ ।

0 120

ପୋଲସରା ,୨୧/୦୬(ପିପିଟି) : ସ୍ଥାନୀୟ କନକ ଦୁର୍ଗା ବିଦ୍ୟା ପୀଠ ମଧୁସୂଦନପୁରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ବିଦ୍ୟାଳୟର ପୂର୍ବତନ ହିନ୍ଦୀ ତଥା ସ୍କାଉଟ ଶିକ୍ଷକ ବିକ୍ରମ ମହାରଣା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଯୋଗାସନ ଅଭ୍ୟାସ କରାଇବାସହ ଯୋଗର ମହତ୍ତ୍ଵ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଘରେ ଦୈନିକ ଯୋଗ ଅଭ୍ୟାସ କରି ନିରୋଗ ରହିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯକ୍ରମରେ ବିଦ୍ୟାଳୟର ସ୍କାଉଟ୍ ଗାଇଡ , ଇକୋ କ୍ଳବ୍, ଜେ.ଆର.ସି, ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି ସ୍ବାସ୍ଥ୍ୟ ବର୍ଦ୍ଧକ ଜ୍ଞାନ ଆହରଣ କରିଥିଲେ। ବିଦ୍ୟାଳୟର କାର୍ଯ୍ୟକ୍ରମରେ କାର୍ଯ୍ୟରତ ପ୍ରକାଶ ଚନ୍ଦ୍ର ସାହୁ , ଗୀତା ବିଷୋୟୀ, ପ୍ରହଲ୍ଲାଦ ସାହୁ , ସୁବୋଧ କାନ୍ତ ସେଠୀ, ଅଜିତ୍ କୁମାର ଦଳାଇ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.