ବ୍ରହପୁର,୧୯/୦୬(ପିପିଟି): ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଯୋଗକୁ ବିଶ୍ଵବ୍ୟାପୀ କରାଯାଉଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୨୧ ରେ ସାରା ଭାରତରେ ଏକ ଲକ୍ଷ ରୁ ଉର୍ଦ୍ଧ ଯାଗାରେ ଅନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଯୋଗ ଉତ୍ସବ ମହା ସମାରୋହରେ ପାଳନ କରାଯାଉଥିବା ବେଳେ ବ୍ରହ୍ମପୁର ଠାରେ ମଧ୍ୟ ଏହି ଦିବସକୁ ମହା ସମାହାରରେ ବିବେକାନନ୍ଦ କେନ୍ଦ୍ର ଓ ମହାନ ସଙ୍ଘ, ଡ଼କ୍ଟର ଫୋରମ, ଅର୍ଜୁନ ହସ କ୍ଲବ, ମାରୁତି ୱlକିଙ୍ଗ କ୍ଲବ,ନୀଳକଣ୍ଠ ଯୋଗ ଓ ୱେଲଫର କ୍ଲବ, ବୀର ସୁରେନ୍ଦ୍ର ସାଏ ପ୍ରଭାତ ଶାଖା,ଆରୋଗ୍ୟ ଭାରତୀ, ଲାଞ୍ଜିପଲି ସିନିୟର ସିଟିଜନ ଲଫିଙ୍ଗ ଏଣ୍ଡ ଯୋଗ କ୍ଲବ, ହରି ଓଁ ଲଫିଙ୍ଗ ଏଣ୍ଡ ଯୋଗା କ୍ଲବ,ସାମାନ୍ତରା ଏକାଡେମୀ,ସତ୍ୟରୁଜନ ଫାଉଣ୍ଡସେନ, ଫିଜିକାଲ ଏକାଡେମୀ, ଖାଦ୍ୟ ବ୍ୟବସାୟୀ ସଙ୍ଘ,ବଡ଼ବଜାର,କଳିଙ୍ଗ ବିଦ୍ୟା ମନ୍ଦିର, ଓଁ କାର ଯୋଗ ଶିକ୍ଷା କେନ୍ଦ୍ର,ମର୍ଣ୍ଣିଙ୍ଗ ୱାକ ଏଣ୍ଡ ଟାକ କ୍ଲବ ସମେତ ବ୍ରହ୍ମପୁର ସହରର ବହୁ ଅଗ୍ରଣୀ ଅନୁଷ୍ଟାନ ମିଳିତ ସହଯୋଗରେ ମହାତ୍ମା ଗାନ୍ଧୀ ଷ୍ଟାଡିଅମରେ ପାଳନ କରିବା ନେଇ ଗତକାଲି କେନ୍ଦ୍ର କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ସଂଯୋଜକ ଡ଼ ସମେରନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟାଡିଏମ ଠାରେ ସକାଳ ୬.୩୦ ରୁ ୭.୪୫ ପର୍ଯ୍ୟନ୍ତ ଏକ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧିଙ୍କୁ ନେଇ ଯୋଗ ଉତ୍ସବ ଜାତୀୟ ନିୟମ ଅନୁଯାୟୀ ବିଶାଳ ଭାବେ ଆୟୋଜନ କରାଯିବା ନେଇ ନିଷ୍ପତି ହୋଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମାନ୍ୟବର ବିଧାୟକ କେ. ଅନିଲ କୁମାର ଓ ଆରକ୍ଷୀ ଅଧକ୍ଷ ଶ୍ରବଣା ବିବେକ ଏମ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ପ୍ରସ୍ତୁତି କମିଟି ଉପଦେଷ୍ଟା ସମାଜସେବୀ ସୁଶାନ୍ତ କୁମାର ସାବତ,ସହ ସଂଯୋଜକ ଶଙ୍କର ମାଝୀ, କେନ୍ଦ୍ର ସଂଚାଳିକା ନିରାକ୍ଷୀ ଦିଦି, ନଗର ପ୍ରମୁଖ କେଦାର ନାଥ ପଣ୍ଡା, ନଗର ସଂଚାଳକ ତପନ ଦାଶ,ଶଙ୍କର ନାରୟଣ ସୁବୁଦ୍ଧି, ଦ୍ୱାରିକା ମହାନ୍ତି, ସନ୍ତୋଷ ମହାନ୍ତି, ପ୍ରକାଶ ଚନ୍ଦ୍ର ପାତ୍ର,ଅକ୍ଷୟ ପାଢ଼ୀ, ସୁରେଶ ଜେନା,ପ୍ରଫୁଲ୍ଲ ପାତ୍ର, ଡ଼ ସଚ୍ଚିଦାନନ୍ଦ ପାତ୍ର, କ୍ରିଷ୍ଣା କୁମାର ସାହୁଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର ପ୍ରତିନିଧି ଓ ଯୋଗ ପ୍ରେମୀ ବୃନ୍ଦ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।