ଘୁମୁସର ଲେଖିକା ସଂସଦର ରଜ ଉତ୍ସବ ।

0 215

ଭଞ୍ଜନଗର, ୧୭/୦୬(ପିପିଟି):ସୋମବାର ଦିନ ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଘୁମୁସର ଲେଖିକା ସଂସଦର ରଜ ଉତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବରେ ସଂସଦର ସଭାନେତ୍ରୀ ଇ. ମାହେଶ୍ୱରୀ ଦୋରା ସଭାପତିତ୍ବ କରିଥିଲେ। ପବିତ୍ର ମୋହନ ଶତପଥୀ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ଡ. ନଳିନୀପ୍ରଭା ଦାସ ସଂପାଦିକା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଭଞ୍ଜନଗର ଉପନଗରପାଳ ଶୁଭଶ୍ରୀ ଦାସ ମୁଖ୍ୟ ଅତିଥି ରୂପେ ରଜ ପର୍ବର ମହତ୍ତ୍ବ ବିଷୟରେ କହିଥିଲେ । ଆଇନଜୀବି ସ୍ନିଗ୍ଧାରାଣୀ ଦାସ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ରଜପର୍ବ ପାଳନର ପୁରାତନ ଶୈଳୀ
ଏବଂ ବର୍ତ୍ତମାନ ହଜି ଆସୁଥିବା ଚଳଣିକୁ ନେଇ ଆଲୋକପାତ କରିଥିଲେ। ଦୀପ୍ତାଂଶୁପ୍ରଭା ଦେବୀ ସଭାକୁ ସଂଯୋଜନା କରିଥିଲାବେଳେ ରଜନୀ ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଆଇନଜୀବି ଅଳକା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଭ୍ଯା ଶୁଭସ୍ମିତା ଦାଶ ରଜ ପର୍ବ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କୁମାରୀ ଝିଅ ଏବଂ ମହିଳାମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରି ବିଜେତାଙ୍କୁ ପୁରସ୍କୃତ କରାଯାଇଛି।ମହିଳାଙ୍କ ମଧ୍ୟରେ ପାରମ୍ପରିକ ପିଠା ପ୍ରତିଯୋଗିତା ହୋଇଥିଲା।ପ୍ରତିଯୋଗୀମାନେ ପୋଡପିଠା,କାକରା, ଆରିସା ଭଳି ନାନା ରକମର ପିଠା ନେଇ ଆସିଥିଲେ।ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ସଭ୍ଯା ମୋନାଲିସା ମିଶ୍ର, ଉଷ୍ମିତା ମଞ୍ଜରୀ ଦାଶ,ସାଂସ୍କୃତିକ ସମ୍ପାଦିକା ସୁଜାତା ସିଂ,ସାଂଗଠନିକ ସଂପାଦିକା ଡ଼ାକ୍ତର ଗାୟତ୍ରୀ ସାହୁ , କୋଷାଧ୍ୟକ୍ଷା ଗୀତାଶ୍ରୀ ସାମନ୍ତ, ସ୍ନେହଲତା ବିଷୋୟୀ , ରୁନୁବାଳା ଦାଶ, ବର୍ଷା ନାଇକ, ନୀରଜା କୁମାରୀ ତ୍ରୀପାଠୀଙ୍କ ସହ ଅନ୍ଯ ମହିଳାମାନେ ରଜ ଗୀତ ଗାନ କରି ଉତ୍ସବକୁ ସରଗରମ କରିଥିଲେ। ଏଥିସହ ଅହମଦାବାଦ ଠାରେ ହୋଇଥିବା ଉଡାଜାହାଜ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅମର ଆତ୍ମାର ସତ୍ ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ସମସ୍ତେ ଉତ୍ସାହର ରଜ ପାନ ଖାଇବା ସହ ଦୋଳି ଖେଳି ଓ ଗୀତ ଗାଇ ଏହି ପର୍ବକୁ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଉଁଶଲୁଣ୍ଡି ସରପଞ୍ଚ ଉଦ୍ଧବ ମିଶ୍ର ସହଯୋଗ କରିଥିଲେ। ସଭ୍ଯା ବିଷ୍ଣୁପ୍ରିୟା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.