ପୋଲସରା ,୧୬/୦୬(ପିପିଟି) : ପୋଲସରା ବ୍ଲକର ବେଲଗାଁ , ବୁଢେଇଶୁଣୀ ଓ ସୋଡକ ଭଳି ତିନି ପଞ୍ଚାୟତରେ ବୁଲିଲା ସରକାରଙ୍କ ବିକାଶ ବାହନ ସଚେତନତା ରଥ। ଆଜି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଙ୍କ ନିର୍ଦ୍ଦେଶକ୍ରମେ ତିନି ପଞ୍ଚାୟତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଲଗାଁ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ,ବୁଢେଇଶୁଣୀ ସରପଞ୍ଚ ମନୋଜ କୁମାର ପରିଡ଼ା ଓ ସୋଡକ ପଞ୍ଚାୟତର ନାଏବ ସରପଞ୍ଚ ସୁନୀତା ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତାକୁ ନେଇ ବିକାଶ ବାହନ ରଥ ତିନି ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଭିଡିଓ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାର୍ତ୍ତା ପ୍ରଦାନ କରିଥିଲେ। ବିକାଶ ବାହନ ରଥକୁ ତିନି ପଞ୍ଚାୟତର ରେ ପାରମ୍ପରିକ ପୂର୍ଣ୍ଣ କୁମ୍ଭ ସ୍ଥାପନ ଘଣ୍ଟ ମୃଦଙ୍ଗ ଓ ହୁଳହୁଳି ଦେଇ ପଞ୍ଚାୟତର ମହିଳା ମାନେ ଭବ୍ୟ ସ୍ବାଗତ କରିଥିଲେ।ତିନି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ଭତ୍ତା, ଆୟୁଷ୍ମାନ କାର୍ଡ,ରାସନ କାର୍ଡ,ଅନ୍ତଦେୟ କାର୍ଡ, ଲେବର କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୃଷକ କାର୍ଡ,ବୟବୃଦ୍ଧ ସ୍ବାସ୍ଥ୍ୟ କାର୍ଡ,ପଟା ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ ଉପସ୍ଥିତ ଥିବା ବେଳେ ସୋଡକ ସମିତି ସଭ୍ଯା ଗୀତା ସେଠୀ,ବୁଢେଇଶୁଣୀ ସମିତିସଭ୍ଯା ସରିତା କୁମାରୀ ଦେବୀ,ସୋଡକ ରାଜସ୍ବ ନୀରିକ୍ଷକ ସିମାଞ୍ଚଳ ପାତ୍ର ଓ ଲକ୍ଷ୍ମଣପଲ୍ଲୀ ମଣି ରାଜନ ବେହେରା,ପିଇଓ ଅରୁଣ କୁମାର ମିଶ୍ର, କାହ୍ନୁ ପ୍ରଧାନ ଓ ସଞ୍ଜୟ କୁମାର ନାହାକ,ଏଡିଓ ସରୋଜ ପାଣିଗ୍ରାହୀ, ବସନ୍ତ ବରାଡ ଓ ପୂର୍ଣ୍ଣଚନ୍ଦ୍ର ଦାସ, ବେଲଗାଁ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୟାନିଧି ମଲ୍ଲିକ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପିତା କୁମାରୀ ନନ୍ଦ,ଡ୍ବ୍ଳୁଇଓ ଲିପ୍ସାରାଣୀ ଭଞ୍ଜ , ବିକାଶ ବାହନ ନୋଡାଲ ଅଫିସର ସଞ୍ଜୟ କୁମାର ଗୌଡ଼,ମିଶନ ଶକ୍ତି ବିଆରସି ନିଳାଞ୍ଚଳ ସାହୁ,ଆୟୁଷ ଡାକ୍ତର ଦାୟାନିଧି ହୋତା,ପଶୁସହାୟତା କେନ୍ଦ୍ର ଭି.ଟି ଲକ୍ଷ୍ମୀ ନାରାୟଣ ବେହେରା, ପୂର୍ବତନ ମଣ୍ଡଳ ସଭାପତି ମହେଶ୍ୱର ପରିଡ଼ା ସମେତ ବହୁ ଅଙ୍ଗନବାଡ଼ି କର୍ମୀ ଓ ସରକାରୀ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା