କୂଅ ଭିତରୁ ମୃତ ମାଈ ହରିଣ ଉଦ୍ଧାର କଲା ବନ ବିଭାଗ ।

0 258

ସମ୍ବଲପୁର,୧୨/୦୬: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ନିକଟ ଶବର ସାହି ରେ ଥିବା ଏକ କୂଅ ଭିତରୁ ଗୁରୁବାର ସକାଳୁ ଗୋଟିଏ ମୃତ ମାଈ ହରିଣକୁ ବନ ବିଭାଗ ଉଦ୍ଧାର କରିଥିବା ଜଣା ପଡିଛି । ପ୍ରାପ୍ତ ଖବର ଅନୁସାରେ ଶବର ସାହି ଗାଁ ମୁଣ୍ଡରେ ଏହି ମାଈ ହରିଣ ଟି ଚଲା ବୁଲା କରୁଥିବା ବେଳେ କିଛି ବୁଲା କୁକୁର ତାହାକୁ ଦେଖି ଗୋଡ଼ାଇ ଥିଲେ । ତେବେ ପ୍ରାଣ ଭୟରେ ହରିଣ ଟି ଅତର୍କିତ ଭାବେ ଦୌଡ଼ି ଦୌଡ଼ି ଗାଁ ଭିତରେ ପଶି ଯାଇ ଏକ ପାଣି ଭର୍ତ୍ତି କୂଅ ଭିତରେ ପଡିଯାଇଥିଲା । ପାଣି ଭର୍ତ୍ତି କୂଅ ଭିତରେ ଦୀର୍ଘ ସମୟ ପଡି ରହିବା ଫଳରେ ସେଠାରେ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲା । ଖବର ପାଇ ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ବିନୀ କୁମାର ବେହେରା ଏବଂ ଫରେଷ୍ଟର ଅରୁଣ କୁମାର ବେହେରା ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେଇଥିଲେ l ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତ ମାଈ ହରିଣ କୁ ଉଦ୍ଧାର କରିଥିଲେ । ପରେ ବନ କର୍ମଚାରୀ ମାନେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସକଙ୍କ ଦ୍ୱାରା ମୃତ ହରିଣର ବ୍ୟବଚ୍ଛେଦ କରାଇବା ପରେ ପେଣ୍ଠବାହାଳ ନିକଟ ବନ ବିଭାଗ ନର୍ସରୀ ଠାରେ ମୃତ ହରିଣ କୁ ପୋତି ଦିଆ ଯାଇଛି ବୋଲି ବନ ବିଭାଗ ସୂତ୍ରରୁ ଜଣା ପଡିଛି ।

Leave A Reply

Your email address will not be published.