ଭଞ୍ଜନଗର, ୦୮/୦୬(ପିପିଟି):ଗର୍ଭାଧାନଠାରୁ ଅନ୍ତ୍ୟେଷ୍ଟି କ୍ରିୟା ପର୍ୟନ୍ତ ନାମକରଣ, ଅନ୍ନପ୍ରାସନ୍ନ, ବ୍ରତୋପନୟନ,ବିବାହ ଆଦି ୧୬ଟି ସଂସ୍କାର ପିଲାମାନଙ୍କ ସହିତ ସୁସଂହତ ପରିବାର ପାଇଁ ଭିନ୍ନ ଭିନ୍ନ ସମୟରେ ଶିବିରାଦିର ପରିଚାଳନା ନିମନ୍ତେ ଏକ ମଣ୍ଡପର ଶିଳାନ୍ୟାସ ବଡ଼କୋଦଣ୍ଡା ଛକ ନିକଟସ୍ଥ ପ୍ରମୋଦ କୁମାର ମହାନ୍ତିଙ୍କ ଜମିରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବେଦଧାମର ଅଧ୍ୟକ୍ଷ ପୂଜ୍ୟ ସ୍ଵାମୀ ସୁଧାନନ୍ଦ ସରସ୍ଵତୀଙ୍କ ବ୍ରହ୍ମତ୍ଵରେ ଏବଂ ବ୍ରହ୍ମପୁର ବେଦ ପ୍ରଚାର ସମିତିର ସଦସ୍ୟମାନଙ୍କ ସହଯୋଗରେ ଏକାଦଶ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଏଵଂ ଭୂମିପୂଜନ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ବେଦାନୁରାଗୀ ଵ୍ୟକ୍ତିଵିଶେଷ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଵେଦ ପ୍ରଚାର ସମିତିର ବାନପ୍ରସ୍ଥୀ ଅନ୍ତର୍ଯ୍ୟାମୀ ଶ୍ରୁତିପଥିକ, ସୀମାଞ୍ଚଳ ପଟ୍ଟନାୟକ, ଶରତ କୁମାର ମହାନ୍ତି, ଟୁନା ଜେନା, ଲିଙ୍ଗରାଜ ନାୟକ, ଲାଲମୋହନ ନାୟକ, ସନ୍ତୋଷ କୁମାର ବେହେରା, ରବୀନ୍ଦ୍ର ଭୂୟାଁ, ବିଦେଶୀ ମହାରଣା, ପି. ସୁଧାକର ରାଓ, ସରୋଜ ପଟ୍ଟନାୟକଙ୍କ ସମେତ ସମସ୍ତ ସଭ୍ୟଵୃନ୍ଦଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।
ରିପୋର୍ଟ- (ଜେ.କେ ପଟ୍ଟନାୟକ)