କୋଦବେରେଣି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରେ ଯାଇଥିବା ୪୮ତମ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା।

0 240

ବୋଲଗଡ଼,୦୭/୦୬(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ଧଳାପଥର ପଞ୍ଚାୟତ ଅଧିନସ୍ଥ କୋଦବେରେଣିରେ ଥିବା ପ୍ରାଥମିକ ବିଦ୍ୟାଳୟ ସ୍କୁଲ୍ ସମ୍ମାରେ ଯାଇଥିବା ୪୮ତମ ଯାତୀୟ ରାଜପଥରେ ଦେଢ ଫୁଟ ଗଭୀରଗର୍ତ୍ତ ସୃଷ୍ଟି ହୋଇ ମରଣଜନ୍ତା ପାଲଟିଛି। ଅସରାଏ ବର୍ଷା ପାଣି ଏବଂ ମେଗାପାନୀୟ ପାଇପରୁ ପାଣି ଲିକେଜକରି ସେହି ଗଭୀରଗର୍ତ୍ତରେ ପାଣି ଜମି ରହୁଛି। ଏପରି କି ବହୁଦୁର୍ଘଟଣା ହେବାର ନଜରକୁ ଆସିଛି। ବାଘମାରି ରୁ କଣ୍ଟିଲୋ ଦଶପଲ୍ଲା ପ୍ରତିଦିନ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟତ କରୁଛନ୍ତି ଏପରିକି ଭାରିଯାନ, ଆମ୍ବୁଲାନ୍ସ ଓ ମୋଟର ସାଇକେଲ ପାଇଁ ସୃଷ୍ଟି ହେଉଛି ସମସ୍ୟା। ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ନା ପୂର୍ତ୍ତବିଭାଗର ନଜର ଅଛି, ନା ମେଗାପାନୀୟ ଜଳ ପ୍ରକଳ୍ପ କତୃପକ୍ଷ ଜାଣିସୁଧା ଅଣଦେଖା କରୁଛନ୍ତି ଏହାର ତୁରନ୍ତ ମରାମତି ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି କରାଯାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.