ଚିତ୍ରକୋଣ୍ଡାରେ ବିଶ୍ବ ପରିବେଶ ଦିବସ ପାଳିତ ।

0 9

ମାଲକାନଗିରି,୦୫/୦୬(ପିପିଟି) :ଆଜି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ଚମ୍ପାଝଲା ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କରାଯିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ଲାଷ୍ଟିକ ବ୍ଯବହାର ନ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କର ଚଳିତ ବର୍ଷ ବିଶ୍ବ ପରିବେଶ ଦିବସର ବିଷୟବସ୍ତୁ ଥିଲା – ଏଣ୍ଡିଙ୍ଗ ପ୍ଲାଷ୍ଟିକ ପଲୁସନ୍ ଅର୍ଥାତ ପ୍ଲାଷ୍ଟିକ ପ୍ରଦୂଷଣ ର ଅନ୍ତ। ଏଥି ପ୍ରତି ସମସ୍ତେ ଧ୍ୟାନ ଦେବା ପାଇଁ ଆହ୍ୱାନ ଦିଆ ଯାଇଛି। ମୃତ୍ତିକା , ଜଳ, ଜଙ୍ଗଲ ଓ ଜୈବ ବିବିଧତା ପ୍ଲାଷ୍ଟିକ ଆବର୍ଜନା ବୃଦ୍ଧି ଯୋଗୁଁ ବିପଦର ସମ୍ମୁଖୀନ ହେଉଛି।। ପବିତ୍ର ନଦୀ ଓ ଜଳାଶୟ ସମୂହ ପ୍ଲାଷ୍ଟିକ ଦ୍ବାରା ପ୍ରଦୂଷଣ ହେଉଛି। ଏଣୁ ପ୍ଲାଷ୍ଟିକ ବ୍ଯବହାର ନ କରି ତା’ର ବିକଳ୍ପ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ଵ ଦିଆଯାଇଥିଲା। ଏଥିରେ ରାଜଲକୋଣ୍ଡା ଭିଏସଏସ ସଦସ୍ୟ ସହିତ ବନକର୍ମଚାରୀମାନେ ଯୋଗ ଦେଇଥିଲେ। ସେମାନେ ହେଲେ ବନପାଳ ନିରଞ୍ଜନ ସାରକା, ବନରକ୍ଷୀ ସାରୁ କୁଆସୀ, ସଞ୍ଜୟ କୁମାର ପରିଡା, ଶଶାଙ୍କ କୁମାର ଦାଶ,ରାମ ଚନ୍ଦ୍ର ମାଛ ,ସଂଗ୍ରାମ ବରାଳ , ସନ୍ତୋଷ କୁମାର ପାଇକ, ବଳଦେବ ଧାରୁଆ, ରଞ୍ଜିତ କୁମାର ପୂଜାରୀ ,ୱର୍ଡ ମେମ୍ବର ମନ ଖେମୁଣ୍ଡ ଓ ମଙ୍ଗଳା ଗୋଲରୀ ପ୍ରମୁଖ ଯୋଗ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.