ମା’ମଙ୍ଗଳାଙ୍କର ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ।

0 210

ରାଜସୁନାଖଳା, ୦୫/୦୬(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ସାନକୁମାରିସ୍ଥିତ ମା’ମଙ୍ଗଳାଙ୍କର ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ମହା ଆଡମ୍ବର ସହକାରେ ଗୁରୁବାର ଦିନ ୧୫୨ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା ମଙ୍ଗଳାଙ୍କର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୧୫୨ କଳସ ବ୍ରତଧାରୀମାନେ ହଡ଼ା ନଦୀରୁ ପବିତ୍ର ଜଳ ସହିତ ପୂଜା ଅର୍ଜନା ପରେ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଏହି ବିଶ୍ଵଶାନ୍ତି ମହାଯଜ୍ଞ ବୁଧବାର ଦିନ ଶୁଭ ଅଙ୍କୁରlରୋପଣ, ଓ ଶାଲା ମଣ୍ଡନ, ଗୁରୁ ବାର ଦିନ କଳସ ଯାତ୍ରା, ବ୍ରହ୍ମାବରଣ, ଅଗ୍ନିସ୍ଥାପନ, ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଯାଇଛି ଏବଂ ଆସନ୍ତା ଶୁକ୍ରବାର ଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲାସଂସ୍କାର, ଚଣ୍ଡୀପାଠ, ଗବ୍ୟାହୃତି ପ୍ରଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗବ୍ୟାହୃତି ପ୍ରଦାନ, ପୂର୍ଣ୍ଣାହୁତି, ଚରୁସେବନ ଅନୁଷ୍ଠିତ ହେବ। ଏହି ବିଶ୍ଵଶାନ୍ତି ମହାଯଜ୍ଞକୁ ପଣ୍ଡିତ ପଦ୍ମନାଭ ଦାସ, ଜାନକୀବାଲ୍ଲଭ ଦାସ , ଦିଲ୍ଲୀପ କୁମାର ତ୍ରିପାଠୀ ସୁରେଶ କୁମାର ମିଶ୍ର, ତପନ କୁମାର ରଥ ଓ ମନ୍ଦିର ପୂଜକ ନାରାୟଣ ରଣା ପ୍ରମୁଖ ଯଜ୍ଞ ପରିଚାଳନା କରିଥିଲେ। ବହୁ ବ୍ରତ ଧାରୀ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ମାଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞକୁ ସାନକୁମାରୀ ଗ୍ରାମବାସୀ ବୃନ୍ଦ ଓ ମା ମଙ୍ଗଳା ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରି ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.