ମତୁଆ ଧର୍ମ ରୀତିନୀତି ଶୁଦ୍ଧିକ୍ରିୟାକୁ ବିରୋଧ।

0 369

ମାଲକାନଗିରି,୦୨/୦୬(ପିପିଟି) :କାଳିମେଳା ନିବାସୀ ନନି ଗୋପାଳ ବିଶ୍ବlସଙ୍କ ମୃତ୍ୟୁ ଗତ ୧୭ ତାରିଖରେ ହୋଇଥିଲା ବେଳେ ତାଙ୍କ ତିରୋଧାନ ପରେ ପରିବାର ବର୍ଗର ଲୋକମାନେ ସେମାନେ ଦୀକ୍ଷିତ ହୋଇଥିବା ମତୁଆ ଧର୍ମlନୁଯାୟୀ କ୍ରିୟା କର୍ମ ଆୟୋଜିତ କରି ଥିଲେ । ଗତ ୩୦ ତାରିଖ ଦିନ ଏକ ଭୋଜିର ଆୟୋଜନ କରାଥିଲା ବେଳେ ସେହି ସମୟରେ ଏମପିଭି-୧୨ ଗ୍ରାମର ଉତ୍ତମ ଓଝା ନାମକ ବ୍ୟକ୍ତି ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନେଇ ଭୋଜି ସ୍ଥଳକୁ ଯାଇ ଜୋରଦବରଦସ୍ତି ଟେଣ୍ଟ ଓପାଡିବା ସମସ୍ତ ଜିନିଷ ପତ୍ର ଫିଙ୍ଗା ଫିଙ୍ଗି କରି ଅସଭ୍ୟ ଭାଷା ରେ ଗlଳିଗୁଳଜ କରିବା ସହିତ ମାର ପିଟ କରିଥିଲେ । କେନ୍ଦ୍ରୀୟ କମିଟି ସଧାରଣ ସମ୍ପାଦକ ଅନିମେଶ ମଣ୍ଡଳ ଓ ମତୁଆ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ବିଶ୍ବାସଙ୍କୁ ମାରିଦେବା ପାଇଁ ଧମକ ଦେଇଥିଲା।ଏହି ଘଟଣା ରାତ୍ର ୧୦ ଘଟିକା ସମୟରେ ହୋଇଥିଲା ବେଳେ କାଲିମେଳା ଥାନ ଅଧିକାରୀଙ୍କୁ ଖବର ଦେବା ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳକୁ ଯାଇ ଉତ୍ତମ ଓଝାକୁ ବୁଝାସୁଝା କରିଥିଲେ ମଧ୍ୟ କିଛି ଫରକ୍ ପଡ଼ିନଥିଲା । ଗତ ୩୦ ତାରିଖ ଦିନ ସକାଳେ ଉତ୍ତମ ଓଝା ଏକ ବ୍ରାହ୍ମଣ ପୁରୋହିତଙ୍କୁ ନେଇ ମୃତ ନନି ଗୋପାଳ ବିଶ୍ବାସଙ୍କ ଘରେ ଆସି ଜୋରଜବରଦସ୍ତି ଭାବେ ଭୟ ଦେଇ ପୁନର୍ବାର ଶୁଦ୍ଧି କ୍ରିୟା କର୍ମ କରିଥିଲା । ଏ ସମ୍ପର୍କରେ ଉତ୍ତମ ଓଝାଙ୍କ ବିରୁଦ୍ଧରେ କାଲିମେଳା ଥାନା ରେ ଲିଖିତ ଅଭିଯୋଗ କରାଯାଇଥିଲା ବେଳେ ସମ୍ବିଧାନିକ ଅଧିକାରକୁ ହତ୍ୟା କରି ଆଇନ କୁ ହାତକୁ ନେଇଥିବା ଉତ୍ତମ ଓଝା ଓ ଅନ୍ୟ ସହ କର୍ମୀଙ୍କ ପ୍ରତି ପୋଲିସ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଦାବୀ କରାଯାଇଛି। କାଲିମେଳା ପୋଲିସ ଉତ୍ତମ ଓଝା ଏବଂ ସୁଦେବ ହାଲଦର ନାମରେ ଥାନା କେଶ ନମ୍ବର ୧୨୭ /୩୦.୬.୫.୨୦୨୫ ଧାରା୧୯୧(୨),୧୨୬(୨),୨୯୬,୩୨୪(୪),୩୫୧(୩),୧୯୬,୧୯୦ରେ ମାମଲା ରୁଜୁ କରିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ସର୍ବ ଭାରତୀୟ ମତୁଆଚାର୍ଯ୍ୟ ରବୀନ୍ଦ୍ର ନାଥ ନିଶ୍ବାସ, ସ୍ବର୍ଗତ ନନୀ ଗୋପାଳ ବିଶ୍ବାସଙ୍କ ବିଧବା ପତ୍ନୀ ସାରଥୀ ବିଶ୍ବାସ,ଗୁରୁ ଚାନ୍ଦ ଆମ୍ୱେଦକର ଚେତନା ମଞ୍ଚ ସଭାପତି ଲକ୍ଷ୍ମଣ ଚନ୍ଦ୍ର ଘରାମି, ଅନୁସୂଚିତ ଜାତି ଜନଜାତି ସଂଘ ମିଳିତ କ୍ରିୟlନୁଷ୍ଠାନ କମିଟି ସଭାପତି ଜାରା ଶବର ମାଡ଼ି, ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ସଂଗଠିକ ସମ୍ପାଦକ ଡମ୍ୱରୁ ବାଘ, ରାଜରାୟ ମଣ୍ଡଳ, ଶିଶିର ମଣ୍ଡଳ, ମତୁଆଚାର୍ଯ୍ୟ ପ୍ରକାଶ ଗୋସାଇଁ, ନିର୍ମଳ ମଣ୍ଡଳ ଓ ପରିମଳ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.