ବଡ଼ଚଣା ବ୍ଲକରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 227

ଯାଜପୁର,୦୧/୦୬(ପିପିଟି): ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ପଞ୍ଚାୟତ ଅଧିନରେ ଥିବା ଚମ୍ପାପୁର ଗ୍ରାମରେ ତା ୦୧.୦୬.୨୦୨୫ ରିଖ ଦିନ ବିକଶିତ କୃଷି ସଂକଳ୍ପ ଅଭିଯାନ ଆନୁକୁଲ୍ୟରେ ଚାଷୀଭାଇ ଓ ଭଉଣୀ ମାନଙ୍କୁ ପ୍ରାକ୍ ଖରିଫ୍ ଫସଲ ପାଇଁ ଆଧୁନିକ ଜ୍ଞାନ କୌଶଳ, ସରକାରୀ ଯୋଜନା,ପ୍ରୋତ୍ସାହନ ଉପରେ ପ୍ରଶିକ୍ଷଣ ଦିଆଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ କୃଷି ଗବେଷଣା ପରିଷଦର ସଂଗୀତ ଗାନ କରାଯାଇଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କର ଅଭି ଭାଷଣ ପରିବେଷଣ କରାଯାଇଥିଲା। ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିଜୟ କୁମାର ରାଉତ ରାୟ, ଓ ବବିତା ମିଶ୍ର, ବ୍ଲକ୍ ସହକାରୀ କୃଷି ଅଧିକାରୀ ସୋନାଲି ରାଉତ, ଆର୍ଯ୍ୟ ପ୍ରକାଶ ପଣ୍ଡା, ପ୍ରାଣୀ ଚିକିତ୍ସା ଅଧିକାରୀ,ସରପଞ୍ଚ ସୁଲୋଚନା ପ୍ରଧାନ,ପଞ୍ଚାୟତ ସମିତି ସଭ୍ୟ ସତ୍ୟବ୍ରତ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ କୃଷି ତଥା କୃଷକର ଉନ୍ନତିର ବିଭିନ୍ନ ଦିଗ ଉପରେ ଆଲୋଚନା ପାତ କରିଥିଲେ।କେନ୍ଦ୍ରୀୟ କୃଷି ରତ ମହିଳା ସଂସ୍ଥାନର ବୈଜ୍ଞାନିକ ଓ ଲିପି ଦାଶ କେନ୍ଦ୍ର ସରକାରୀ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ସମସ୍ତ ବୈଜ୍ଞାନିକ ଓ ଅଧିକାରୀ ଓଡ଼ିଶା ସରକାରଙ୍କର କୃଷି ତଥା ଆନୁସଙ୍ଗିକ ବିଷୟର ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସମ୍ବନ୍ଧରେ ଆଲୋଚନା କରିବା ସଙ୍ଗେସଙ୍ଗେ, ବିଭିନ୍ନ ଫସଲର ସମଦ୍ଧିତ ରୋଗ ପୋକ ପରିଚାଳନା , ଅଦିନିଆ ପନିପରିବା ଚାଷ, ଉନ୍ନତ କିସନ, ସୁରକ୍ଷିତ ଚାଷ, ଜୈବିକ ଚାଷ ମାସ ଓ ପଶୁପାଳନ ଇତ୍ୟାଦି ସମ୍ବନ୍ଧରେ ନିଜନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ କୃଷି ରଥ ଦ୍ବାରା ଚାଷୀ ଭାରତ ଭଉଣୀ ମାନଙ୍କୁ ଓଡିଶା ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନ କରାଯାଇଥିଲା।ଏହି କାର୍ଯ୍ୟ କ୍ରମରେ କୃଷି ଓଭରସିୟର ସୌଦାମିନି ନାଥ, ମନୋଜ କର, ଜ୍ୟୋତିର୍ମୟୀ ଦଳେଇ, ଗ୍ରାମ୍ୟ କୃଷି କର୍ମଚାରୀ ଅନନ୍ତ ସାହୁ, ଶିବପ୍ରସାଦ ଶତପଥୀ, ରଞ୍ଜୁ ନାୟକ,ଏ.ଟି.ଏମ୍ ନରୋତମ ମହାନ୍ତି, ଶାଶ୍ଵତୀ ନନ୍ଦ, ଅର୍ଚ୍ଚନା ପ୍ରଧାନ,ମୋନାଲିସା ସାହୁ ସହଯୋଗ କରିଥିଲେ।

Leave A Reply

Your email address will not be published.